

ରାୟଗଡ଼ା (ସମୃଦ୍ଧ ଓଡିଶା) ତାତିରୁ ତ୍ରାହି ଦେଉଛି ତରଭୁଜ । ଗ୍ରୀଷ୍ମ ଋତୁ ଆବକାଶ ଆରମ୍ଭ ହେଉଥିବା ବେଳେ ଶିଳ୍ପାଞ୍ଚଳ ଜିଲ୍ଲା ରାୟଗଡ଼ାରେ ଗ୍ରୀଷ୍ମ ପ୍ରଭାବ ଦିନକୁ ଦିନ ବଢିବାରେ ଲାଗିଛି । ମାର୍ଚ୍ଚମାସ ଆରମ୍ଭରୁ ପାରଦ ୩୫ ଡିଗ୍ରୀ ପାର କରିସାରିଛି । ଗରମ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡିଛି ଜନବସତି । ଏଥିରୁ ସାମାନ୍ୟ ଉପସମ ପାଇବା ନିମିଷ ଅଗେନ୍ତୁ ତଥା ସହରବାସୀନ୍ଦା ସ୍ଥାନୀୟ ତରଭୁଜ ବ୍ୟବସାୟୀଙ୍କ ନିକଟରେ ଭିଡ ଜମୁଥିବା ଦେଖୁକୁ ମିଳିଛି । ବସ ଷ୍ଟାଣ୍ଡ, ମେନ୍ ମାର୍କେଟ ଓ ରେଲୱେ ଷ୍ଟେସନ ଛକ ଆଦି ଅଞ୍ଚଳରେ ସବୁଠି ତରଭୁଜ ବ୍ୟବସାୟୀ ପସରା ଥିବା ଦେଖୁକୁ ମିଳିଛି । ଗ୍ରୀଷ୍ଟ ଯୋଗୁଁ ଲୋକଙ୍କ ମଧ୍ୟରେ ଥଣ୍ଡା ପାନୀୟର ଚାହିଦା ଅଧୁକ ରହିଥିବାରୁ ପୂର୍ବ ଅପେକ୍ଷା ବିଗତ ଦିନମାନଙ୍କରେ ବେସ ଦୁଇ ପଇସା ଲାଭ ହେବା ସହ ସହରରେ ଗରମ ଅନୁଭୁତ ହେବା ଯୋଗୁଁ ଗ୍ରାହାକ ତରଭୁଜ ଖାଇବାକୁ ଇଚ୍ଛା କରୁଥିବା ପ୍ରକାଶ କରିଛନ୍ତି ଜଣେ ବ୍ୟବସାୟୀ । ଅନ୍ୟପଟେ ତରଭୁଜ ସମେତ ଥଣ୍ଡା ପନୀୟ ତଥା ବିଭିନ୍ନ ଫଳ ରଶ, ଲସି, ଆଖୁ ରଶ ଆଦି ପ୍ରତି ଲୋକଙ୍କ ଆଗ୍ରହ ବଢିଥିବା ପରିଲିକ୍ଷିତ ହୋଇଛି । ଗ୍ରୀଷ୍ମ ଋତୁରେ ତାତି ବଢିଥିବାରୁ ଲୋକଙ୍କୁ ଅଂଶୁଘାତ ପରି ରୋଗ ହେବାର ଆଶଙ୍କା ଦେଖାଦେଇଥାଏ । ଏପରି ସ୍ଥଳେ ତରଭୁଜ ସ୍ଵାସ୍ଥ୍ୟ ପ୍ରତି ଉପକାର ବୋଲି ଚିକିତ୍ସା ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି ।
