

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ନିକଟସ୍ଥ ତାମ୍ପରାରେ ‘ଲେକ୍ ଭ୍ୟୁ ପାର୍କ’ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗ୍ୟାସ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଏହି ପାର୍କକୁ ଉଦଘାଟନ କରିଛନ୍ତି । ୮ କୋଟି ଟଙ୍କା ବ୍ୟୟରେ ପାର୍କର ସୌନ୍ଦର୍ଯ୍ୟକରଣ କରାଯାଇଛି । ଏହି ଉତ୍ସବରେ କେନ୍ଦ୍ରମନ୍ତ୍ରୀଙ୍କ ସହ ପର୍ଯ୍ୟଟନ ବିଭାଗ ସଚିବ, ଛତ୍ରପୁର ବିଧାୟକ ସୁଭାଷ ବେହେରା, ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ପିଡି ଡିଆରଡିଏ ସିନ୍ଧେ ଦତ୍ତାତ୍ରୋୟ ଭାଉସାହେବ, ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କିର୍ତ୍ତିଭାସନ, ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଧେଶ୍ଵର ବଳିରାମ ବୋନ୍ଦାର ପ୍ରମୂଖ ଅଂଶ ଗ୍ରହଣ କରିଥିଲେ । ଉଦଘାଟନ ପରେ ‘ଗୋପାଳପୁର ପୋର୍ଟ ନିକଟରେ ଆଇଏନଜି ଟର୍ମିନାଲ ନିର୍ମାଣ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ଦ୍ୱାରା ପ୍ରତି ଘରକୁ ପାଇପ୍ ଯୋଗେ ରନ୍ଧନ ଗ୍ୟାସ୍ ଯୋଗାଇ ଦିଆଯିବ । ଏହା ଫଳରେ ଲୋକେ ସ୍ୱଚ୍ଛ ଓ ଶସ୍ତାରେ ଇନ୍ଧନ ପାଇ ପାରିବେ । ଏହାସହ ଗଞ୍ଜାମ ଜିଲ୍ଲାରେ ଅଏଲ୍ ଡିପୋ ମଧ୍ୟ ହେବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।

