
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ତାମ୍ପରା ଠାରେ ”ଆଜାଦି କା ଅମୃତ ମହୋଊତ୍ସବ (azadi ka amrut mahotsava)” ବ୍ରହ୍ମପୁର ବନଖଣ୍ଡ ଦ୍ୱାରା ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୋନାମ ପଲେଇ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ପ୍ରକଳ୍ପ ନିର୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଗଞ୍ଜାମ ସିନ୍ଦେ ଦତ୍ତତ୍ରାୟ ଭାଉସାହେବ, ବ୍ରହ୍ମପୁର ମୁନିସିପାଲ କର୍ପୋରେସନ କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କିର୍ତ୍ତିଭାସନ ଓ ବିଇଡ଼ିଏ ସେକ୍ରେଟାରୀ ସମ୍ବିତ କୁମାର ରାଉତ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ପରିଚାଳନା ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ କରିଥିଲେ । ତାମ୍ପରା ହ୍ରଦକୁ ରାମସର ସାଇଟ (Ramsar site) ଭାବେ ଘୋଷଣା କରାଯିବାର ପ୍ରସ୍ତାବ ଅଛି ଓ ଏଥି ନିମନ୍ତେ ଏହି ଆଇକୋନିକ(iconic) ସପ୍ତାହରେ ଏହି ହ୍ରଦକୁ ପରିସ୍କାର ପରିଚ୍ଛନ ରଖିବା ପାଇଁ ୬୦ଟି ଆର୍ଦ୍ରଭୂମି ମିତ୍ର ଚୟନ କରାଗଲା । ଅଶୋକ କୁମାର ବେହେରା, ସହକାରୀ ବନ ସଂରକ୍ଷକ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କନମଣା ୟୁ ପି ବିଦ୍ୟାଳୟର ଛାତ୍ରଛାତ୍ରୀ ପରିବେଶ ଭିତ୍ତିକ ନାଟକ ପରିବେଷଣ କରାଯାଇଥିଲା । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଶ୍ରୀମତୀ ମଧାବିଲତା, ସହକାରୀ ବନ ସଂରକ୍ଷକ, ଜେଡ଼ଏସଆଇ ମୁଖ୍ୟ ଡ. ଅନିଲ ମହାପାତ୍ର, ଶଙ୍କର ନାରାୟଣ ବେଜ, ଇକୋ କ୍ଲବ ଟ୍ରାଇନର ପ୍ରସନ୍ନ କୁମାର ଦୀକ୍ଷିତ, ଡ଼. ମୃତ୍ୟୁଞ୍ଜୟ ଜେନା ପ୍ରମୁଖ ଭଞ୍ଜବିହାର ବିଶ୍ୱବିଦ୍ୟାଳୟରୁ ଅବୈତନିକ ବନ୍ୟପ୍ରାଣୀ ତତ୍ୱବଧାରକ ସୁଲପାଣି ଶତପଥି, ରବୀନ୍ଦ୍ର ସାହୁ, ବିଇଓ ଅବିନାଶ ଶତପଥି, ଦିଲ୍ଲୀପ ମାର୍ଥ।, ବ୍ରହ୍ମପୁର ବନାଞ୍ଚଳ ଅଧିକାରୀ, ରାଜୀବ ପାତ୍ର ବନରଖି ଓ ଅନ୍ୟ ବିଭାଗୀୟ ବନାଞ୍ଚଳ ଅଧିକାରୀ, ବନପାଳ ଓ ବନରଖିଙ୍କ ସମେତ ଇକୋ କ୍ଳବ ଶିକ୍ଷକ ଶିକ୍ଷୟିତ୍ରୀ, ଛତ୍ରପୁର ମହାବିଦ୍ୟାଳୟ, ଗଞ୍ଜାମ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା