

ଛତ୍ରପୁର (ସମୃଦ୍ଧ ଓଡିଶା) ଓଡିଶା ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ଛତ୍ରପୁରରେ ଥିବା ତାମ୍ପରା ହ୍ରଦକୁ ପରିଦର୍ଶନ କରି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଦୃଶ୍ୟ ଉପଭୋଗ କରିବା ସହିତ ସ୍ମାର୍ଟ ପାର୍କକୁ ବୁଲି ଦେଖିଛନ୍ତି । ଏହାସହ ହ୍ରଦର ବିଭିନ୍ନ ଏନ୍ନୟନ ମୂଳକ କାର୍ଯ୍ୟ ସହିତ ଗଞ୍ଜାମ ଜିଲ୍ଲାପାଳ ଓ ଛତ୍ରପୁର ବିଧାୟକଙ୍କ ସହିତ ଆଲୋଚନା କରିଥିଲେ । ମନ୍ତ୍ରୀଙ୍କ ଏହି ପରିଦର୍ଶନ ବେଳେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ବିଡିଏ ସଚିବ ସମ୍ବିତ୍ ରାଉତ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ବିଜେଡି ଜିଲ୍ଲା ସଂପାଦକ ଜଗନ୍ନାଥ ସାବତ, ପୋଡାପଦର ସରପଞ୍ଚ ପିତାମ୍ବର ପଣ୍ଡା, ସରକାରୀ ଓକିଲ ଡମିନାଥ ସାହୁ, ବିଜେଡି ଯୁବନେତା ଅଟଳ ବିହାରୀ ପଟ୍ଟନାୟକ, ଅକ୍ଷୟ କୁମାର ସ୍ୱାଇଁ, ନିବାସି ଗୌଡ, ପୂର୍ବତନ ସମିତି ସଭ୍ୟ ସୂର୍ଯ୍ୟନାରାୟଣ ସେଠୀ ଓ ବିଜେଡି ନେତା ଶମ୍ଭୁନାଥ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।




