ତାଲାବନ୍ଦ ପରେ ଦୁଇ ଉଦ୍ୟଗୀଙ୍କୁ ମିଳିଲା ରାହା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀର୍ଘ ୧୮ ମାସ ଧରି ତାଲାବନ୍ଦ ଯୋଗୁଁ ଜଳେଶ୍ୱର ବଜାରର ବହୁ ଦୋକାନ ବଜାର ଓ ଉଦ୍ୟଗ ବନ୍ଦ ହୋଇ ଯାଇଥିଲା । ବ୍ୟବସାୟ ହରାଇ ବହୁ ବ୍ୟକ୍ତି ଜଳେଶ୍ୱରରୁ ଚାଲିଯାଇଥିବା ବେଳେ ଅନ୍ୟ କେତେକେ ନୂତନ ପ୍ରୟାସ ନେଇ ଆରମ୍ଭ କରିଛନ୍ତି କେତେକ ଉଦ୍ୟଗ । ଏହି ମର୍ମରେ ଓମ୍ ପ୍ରକାଶ ଓ କଷନ୍‌ଲାଲ ୨ଜଣ ମିଶିି ଷ୍ଟେସନବଜାର ନିିକଟ କାଳୀମନ୍ଦିର ନିକଟରେ ଖୋଲିଛନ୍ତି ନୂଆ ପସରା । ରାଜମନ୍ଦିର ନାମରେ ଏହି ପ୍ରତିଷ୍ଠାନକୁ ବଣିକ ସଂଘର ସଭାପତି ସୁୁଧିର କୁମାର ମହାନ୍ତି ଉଦ୍‌ଘାଟନ କରିଥିଲେ । ଜଳେଶ୍ୱର ବହୁୁ ମାନ୍ୟଗଣ୍ୟ ବ୍ୟକ୍ତି, କ୍ରେତା ଏଥିରେ ଯୋଗ ଦେଇଥିଲେ । ଏହି ଉଦ୍ୟଗଟି ଜଳେଶ୍ୱରରେ ସଫଳତ ଲାଭ କରିବ ବୋଲି ଓମ୍‌ପ୍ରକାଶା ଓ କିଷନ ଲାଲ ବ୍ୟକ୍ତ କରିଛନ୍ତି ।

ରିପୋର୍ଟ : ଭୂପତି ପରିଡା