ଜଳେଶ୍ୱର (ସମୃଦ୍ଧ ଓଡିଶା) ବରିଷ୍ଠ ନାଗରିକ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମସ୍ତେ ଆଗେଇ ଆସିବା ଉଚିତ୍ ବୋଲି ଆଜି ପୂର୍ବାହ୍ନରେ ଜଳେଶ୍ୱର ପୌରପରିଷଦ ପରିସରରେ ତାଲୁକ ଆଇନ ନେବା କମିଟି ପକ୍ଷରୁ ଆୟୋଜିତ ଆର୍ନ୍ତଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ଯୋଗ ଦେଇ ବକ୍ତାମାନେ ମତପ୍ରକାଶ କରିଛନ୍ତି । କମିଟିର ଅଧ୍ୟକ୍ଷା ତଥା ସବ୍ଜର୍ଜ ଇନ୍ଦିର ପ୍ରିୟଦର୍ଶନୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବରିଷ୍ଠ ନାଗରିକ ଆଇନ୍-୨୦୧୬, ବରିଷ୍ଠ ନାଗରିକ ଓ ପିତାମ। । ତାଙ୍କ କଲ୍ୟାଣ ଓ ଭରଣ ପୋଷଣ ଆଇନ୍-୨୦୦୭ ସଂପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିବା ସଂଗେ ସଂଗେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ପିତାମାତାଙ୍କୁ ସମ୍ମାନ ଜଣାଇବା ସଂଗେ ସଂଗେ ବାର୍ଦ୍ଧକ୍ୟ ଅବସ୍ଥାରେ ସେମାନଙ୍କୁ ଯତ୍ନନେବା ଏକାନ୍ତ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଶ୍ରୀକାନ୍ତ ଚରଣ ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ସିଭିଲ ଜର୍ଜ ଜୁନିୟର ଡିଭିଜନ୍ ମାମି ବେହେରା, ଜଳେଶ୍ୱର ଓକିଲ ସଂଘର ସଭାପତି କୁଞ୍ଜବିହାରୀ ଦାସ, ବରିଷ୍ଠ ଆଇନଜୀବୀ ଚିନ୍ମୟ କୁମାର ଦାସ, ସୁନିଲ କୁମାର ଜେନା, ଅବଧୁତ ଜେନା ଓ ଦିଲ୍ଲିପ ଗିରି ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇଥିଲେ । ବରିଷ୍ଠ ନାଗରିକମାନଙ୍କୁ ପୋଲିସ୍ ପ୍ରଶାସନ ପକ୍ଷରୁ ଦିଆଯାଉଥିବା ପରିଚୟ ପତ୍ର ବ୍ୟବସ୍ଥାକୁ ଏବେ ଲାଗୁ କରିବା ପାଇଁ ବକ୍ତାମାନେ ମତପ୍ରକାଶ କରିଥିଲେ । ପ୍ରାରମ୍ଭରେ ନିର୍ବାହୀଅଧିକାରୀ କ୍ଷୀରୋଦ କୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡ଼ା