ଆବଶ୍ୟକ ସାମଗ୍ରୀ : ବ୍ରେଡ, ସୁଜି, କଟା କ୍ୟାପସିକମ୍, କଟା ପିଆଜ, କଟାଗାଜର, ଧନିଆ ପତ୍ର, ଚିଲି ଫ୍ଲେକ୍ସ, ଗୋଲମରିଚ ଗୁଣ୍ଡ, ଅଦା, ମୋଜରିଲା ଚିଜ୍ ଓ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ କଟା କ୍ୟାପସିକମ୍, କଟା ପିଆଜ, କଟାଗାଜର, ଧନିଆ ପତ୍ରରେ ଲୁଣ ଓ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବରେ ଗୋଳେଇ ଦିଅନ୍ତୁ । ଏହାପରେ ଏଥିରେ ସୁଜି ଓ ପାଣି ପକାଇ ଗାଢ଼ା ଘୋଳ ପ୍ରସ୍ତୁତ କରନ୍ତୁ । ଏବେ ବ୍ରେଡ୍ ସ୍ଲାଇସ୍ ଉପରେ ଏକ ଚାମଚ ପ୍ରସ୍ତୁତ ଘୋଳ ନିଅନ୍ତୁ । ଏବେ ଯେଉଁ ପଟେ ସୁଜି ଲାଗିଥିବ ସେହି ସାଇଡକୁ ଧୀମା ଆଞ୍ଚରେ ସେକନ୍ତୁ । ଏହାପରେ ଏହାକୁ ଓଲଟାଇ ଚିଜ୍ ଲଗାଇ ଧୀମା ଆଞ୍ଚରେ ଘୋଡାଇ ରଖନ୍ତୁ । ଚିଜ୍ ମେଲ୍ଟ ହୋଇଗଲାପରେ ଏହାକୁ ପ୍ଲେଟରେ ବାହାର କରିଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ବ୍ରେଡ୍ ପିଜ୍ଜା’। ଏହାକୁ ଟମାଟୋ ସସ୍ କିମ୍ବା ଚଟଣୀ ସହିତ ଗରମା ଗରମ ପରଷନ୍ତୁ ।