


ଛତ୍ରପୁର(ସମୃଦ୍ଧ ଓଡିଶା)ତିତିଲି ବାତ୍ୟାରେ କ୍ଷତିଗ୍ରସ୍ଥ ହୋଇଥିବା ଗଂଜାମ ଗଜପତିର ବିପନ୍ନ ଅଞ୍ଚଳ ପରିଦର୍ଶନ କରି ଆକଳନ ଅନୁଧ୍ୟାନ କରିବା ପାଇଁ କେନ୍ଦ୍ର ସରକାର ପଠାଇଥିବା ୭ଜଣିଆ ଅନୁଧ୍ୟାନକାରି ଦଳ ଆସି ପହଞ୍ଚିଛନ୍ତି । ସେମାନେ ଆଜି ସନ୍ଧ୍ୟାରେ ଛତ୍ରପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ଏକ ବୈଠକ କରିଥିଲେ । ବୈଠକରେ ଏହି ୭ଜଣିଆ ଟିମଙ୍କ ସମେତ ଗଞ୍ଜାମ ଜଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ, ବ୍ରହ୍ମପୁର ପୌରପାରିଷଦର କମିଶନର, ଡିଆରଡିଏ ପ୍ରକଳ୍ପ ନିର୍ଦେଶକ, ଅତିରିକ୍ତ ଜିଲ୍ଲାପାଳ, ବ୍ରହ୍ମପୁର ଓ ଛତ୍ରପୁର ଉପଜିଲ୍ଲାପାଳଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଗଦେଇଥିଲେ ।
ରିପୋର୍ଟ:ନିମାଇଁ ଚରଣ ପଣ୍ଡା