ତିନି ମାସ ହେଲା ଛତୁଆ ଓ ଲଡୁ ପାଇନାହାନ୍ତି ପ୍ରସୂତି ମା ଓ କିଶୋରୀ ବାଳିକାମାନେ

ପାରଳାଖେମୁଣ୍ଡି -(ସମୃଦ୍ଧଓଡିଶା)-ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଭୁବନି ପଞ୍ଚାୟତ ସାଣ୍ଡାଙ୍ଗ ଗ୍ରାମରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ରାଜ୍ୟ ସରକାର ପୋଷଣ ପାଇଁ ପ୍ରସୂତି ମା ଓ କିଶୋରୀ ବାଳିକାମାନଙ୍କୁ ଛତୁଆ ଓ ଲଡୁ ପ୍ରଦାନ କରୁଥିବା ବେଳେ ସାଣ୍ଡାଙ୍ଗ ଗ୍ରାମ ରେ ତିନି ମାସ ହେଲା ଛତୁଆ ଓ ଲଡୁ ପାଇନାହାନ୍ତି ପ୍ରସୂତି ମା ଓ କିଶୋରୀ ବାଳିକାମାନେ। ଏନେଇ ଗ୍ରାମବାସୀ ତଥା ହିତାଧିକାରୀ ମାନଙ୍କ ଅଭିଯୋଗ ପରେ ଅଙ୍ଗନବାଡି କର୍ମୀ ଜ୍ୟୋତି ଶବର ଙ୍କୁ ପଚାରିବାରୁ ସେ କହିଥିଲେ ଯେ ପୁର୍ବରୁ ମୁଁ ତର୍ଜସିଂ ପ୍ରଭାତୀ ତାରା ସ୍ବୟଂ ସହାୟକ ଗୋଷ୍ଠୀ କାର୍ଯ୍ୟାଳୟ ଯାଇ ଛତୁଆ ଓ ଲଡୁ ଆଣୁ ଥିଲି, କିନ୍ତୁ ସୂପରଭାଇଜର ମ୍ୟାଡ୍ୟାମ ମୋତେ ମନା କରି କହିଲେ, ଛତୁଆ ଓ ଲଡୁ ପ୍ରସ୍ତୁତ କରୁଥିବା ତର୍ଜସିଂ ପ୍ରଭାତୀ ତାରା ସ୍ବୟଂ ସହାୟକ ଗୋଷ୍ଠୀ ଅଙ୍ଗନବାଡି କେନ୍ଦ୍ର ରେ ଯୋଗାଇ ଦେବା ଦାୟିତ୍ଵ ରହିଛି। ଅଗଷ୍ଟ ମାସ ଠାରୁ ଉକ୍ତ ତର୍ଜସିଂ ପ୍ରଭାତୀ ତାରା ସ୍ବୟଂ ସହାୟକ ଗୋଷ୍ଠୀ ଆଉ ଛତୁଆ ଆଣୁ ନାହାନ୍ତି। ତେଣୁ ମୁଁ ହିତାଧିକାରୀ ମାନଙ୍କୁ ଛତୁଆ ଓ ଲଡୁ ଦେଇ ନାହିଁ। ତର୍ଜସିଂ ପ୍ରଭାତୀ ତାରା ସ୍ବୟଂ ସହାୟକ ଗୋଷ୍ଠୀ କାହିଁକି ଛତୁଆ ଓ ଲଡ଼ୁ ସାଣ୍ଡାଙ୍ଗ ଗ୍ରାମ ଅଙ୍ଗନବାଡି କେନ୍ଦ୍ର କୁ ଯୋଗାଇ ନାହାନ୍ତି , ତାହା ଜଣା ପଡିନାହିଁ। ଅନ୍ୟ କେତେକ ଅଙ୍ଗନବାଡି କେନ୍ଦ୍ର କୁ ମଧ୍ୟ ଏପରି ଛତୁଆ ଓ ଲଡୁ ଦିଆ ଯାଇନଥିବା ଜଣା ପଡ଼ିଛି। ସ୍ବୟଂ ସହାୟକ ଗୋଷ୍ଠୀ କାହା ବଳରେ ଏପରି କରୁଛନ୍ତି , ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହା ହାଣ୍ଡିଏ ଭାତ ରୁ ଗୋଟିଏ ଚିପିଲା ଭଳି। ପୁର୍ବରୁ ମଧ୍ୟ କିଛି ଲୋକେ ପୋକଡା ଛତୁଆ ଦିଆ ଯାଉଥିବା ଅଭିଯୋଗ କରିଛନ୍ତି। ସାଣ୍ଡାଙ୍ଗ ଗ୍ରାମର ହିତାଧିକାରୀ ମେନଙ୍ଗିଲି ଶବର, ଶକୁନ୍ତଳା ଶବର, ଏବେଶନି ଶବର , ମମିତା ଶବର, ନମିତା ଶବର ପ୍ରମୂଖ ସେମାନଙ୍କୁ ତିନି ମାସ ହେଲା ଛତୁଆ ଓ ଲଡୁ ମିଳି ନ ଥିବାର ଅଭିଯୋଗ କରିଛନ୍ତି। ଏନେଇ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ସିଡିପିଓଙ୍କୁ ପଚାରିବାରୁ ସେ ଏସଂପର୍କରେ କିଛି ଜାଣି ନାହାନ୍ତି, ପ୍ରଭାତୀ ତାରା ସ୍ବୟଂ ସହାୟକ ଗୋଷ୍ଠୀ କୁ ଏହାର ସ୍ପଷ୍ଟିକରଣ ମାଗିବେ ବୋଲି କହିଛନ୍ତି।

ରିପୋର୍ଟ : ନିରୋଜ ଷଡ଼ଙ୍ଗୀ ଓ କୃଷ୍ଣ କୁମାର ବେହେରା 

Leave a Reply

Your email address will not be published. Required fields are marked *