

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗିରି ମାର୍କେଟ ସ୍ଥିତ ପ୍ରକଶମ଼୍ ହଲ୍ ପାଠାଗାର ଗୃହରେ ମହାତ୍ମା ହେଲ୍ ପିଙ୍ଗ୍ କ୍ଲବ ସଂଯୋଜକ ଏମ୍ ଭେଙ୍କଟ ରାମାଣାଙ୍କ ନେତୃତ୍ୱରେ ଗତ ଗୁରୁବାର ଦିନ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆନ୍ଧ୍ର ପ୍ରଦେଶ ସରକାର ମାତୃଭାଷା ତେଲୁଗୁକୁ ଗୁରୁତ୍ୱ ନ ଦେଇ ଇଂରାଜୀ ଭାଷାକୁ ପ୍ରଥମ ଭାଷା ରୂପେ ରଖିବାକୁ ଉଦ୍ୟମ କରୁଥିବାରୁ ଏହା ବିରୁଦ୍ଧରେ ଘୋର ପ୍ରତିବାଦ କରିବା ସହିତ ତେଲୁଗୁ ଭାଷାକୁ ରକ୍ଷା କରିବା ପାଇଁ ମହାତ୍ମା ହେଲ୍ ପିଙ୍ଗ୍ କ୍ଲବ ତରଫରୁ ବିରୋଧ କରାଯାଇଥିଲା । ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ନିନ୍ଦା କରିବା ସହ ତେଲୁଗୁ ଭାଷାକୁ ରକ୍ଷା କରିବା ପାଇଁ ସ୍ମାରକ ପତ୍ର ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା ଓ ତେଲୁଗୁ ଭାଇ ଭଉଣୀ ମାନଙ୍କୁ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ନିବେଦନ କରାଯାଇଥିଲା । ଏହି ବୈଠକରେ ଆର୍ ସୁରଭାଇ, ପି.ଶତ୍ୟନାରାୟଣ ବାବୁ, ରବି କୁମାର ଗୁପ୍ତା, କେ.କେଦାରନାଥ, ଏମ୍.ଜଗନ୍ନାଥ ଆଚାରି, ଭିଷ୍ମାଚାର୍ଯ୍ୟ ଚୌଧୁରୀ, ବି ବୀରାଭାଦ୍ରାମ୍, ଏ. ସୁରେଶ, ଭି.ଚନ୍ଦ୍ରାୟା ରାଜୁ, ଭି.ଭେଙ୍କଟ, ବି.ରାଜୁ, ଜଗନ୍ନାଥ ରାଓଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା