ତେଲେଗୁ ନୁଆଗାଁ ନିକଟ ୧୬ ନଂ ଜାତୀୟ ରାଜପଥରେ ଏକ ଇନୋଭା ଧକ୍କାରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ…

ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମ ଥାନା ଅନ୍ତର୍ଗତ ତେଲେଗୁ ନୁଆଗାଁ ନିକଟ ୧୬ ନଂ ଜାତୀୟ ରାଜପଥରେ ଏକ ଇନୋଭା ଧକ୍କାରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଠି ହେବା ସହ ଶୋକାକୁଳ ପରିବେଶ ସୃଷ୍ଠି ହୋଇଛି । ଏନେଇ ଗ୍ରାମବାସୀଙ୍କ ପକ୍ଷରୁ କ୍ଷତିପୂରଣ ଦାବୀ କରି ସାଢେ ତିନି ଘଣ୍ଟା ପର୍ଯ୍ୟନ୍ତ ୧୬ ନଂ ଜାତୀୟ ରାଜପଥ ଅବରୋଧ କରିବା ଦ୍ୱାରା ଉଭୟ ପାଶ୍ୱର୍ରେ ହଜାର ହଜାର ଯାନ ବାହାନ ଅଟକି ରହିଥିଲା । ମୃତକ ଦ୍ୱୟ ହେଲେ ତେଲେଗୁ ନୁଆଗାଁର ନାରାୟଣ ଦାଶଙ୍କ ପୁଅ ପିଣ୍ଟୁ ଦାଶ (୨୮) ଓ ବାଞ୍ଚା ଦାଶଙ୍କ ପୁଅ ଗାମା ଦାଶ(୨୭) । ପ୍ରାପ୍ତ ସୂଚନା ଅନୁଯାୟୀ ଗତକାଲି ମଧ୍ୟାହ୍ନ ସାଢେ ଦୁଇଟା ବେଳେ ନିଜ ଗ୍ରାମରୁ ଶ୍ରମିକ ଦୁଇ ଜଣ ୧୬ ନଂ ଜାତୀୟ ରାଜପଥ ଦେଇ ନିଜ କାମ କରିବା ନିମନ୍ତେ ଜାଉଥିବା ବେଳେ ଓଆର୦୨ ଏଇ ୦୯୯୯ ନମ୍ବର ବିଷିଷ୍ଠ ସ୍ଥାନୀୟ ଗ୍ରାମର ମହେନ୍ଦ୍ର ବେହେରା(ଟୁକୁନା) ଏକ ଇନୋଭା ଗାଡିରେ ଦୃତ ଗତିରେ ଆସି ଉଭୟଙ୍କୁ ଧକ୍କା ଦେଇଥିଲା ଫଳରେ ଉଭୟ ଶ୍ରମିକ ଦୁଇ ରାସ୍ତା ପାଶ୍ୱର୍କୁ ଛିଟିକି ପଡିବା ସହ ଘଟଣା ସ୍ଥଳରେ ହିଁ ସେମାନଙ୍କୁ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ସ୍ଥଳକୁ ଗଞ୍ଜାମ ତହସିଲଦାର ଅବନି କୁମାର ସାହୁ ପହଞ୍ଚି ରେଡକ୍ରସ ପାଣ୍ଠିରୁ ଉଭୟ ମୃତକ ପରିବାରଙ୍କୁ ଦଶହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଗଞ୍ଜାମ ଥାନାଅଧିକାରୀ ସୁଦାମ ମଲ୍ଲିକ ଓ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ଇନୋଭାକୁ ଜବତ୍ କରିବା ସହ ଗାଡି ମାଲିକଙ୍କୁ ଅଟକ ରଖାଯାଇଛି । ଗ୍ରାମବାସୀଙ୍କ ତରଫରୁ କ୍ଷତିପୂରଣ ବାବଦ ନେଇ ଛତ୍ରପର ଥାନାରେ ଆଲୋଚନା ହୋଇ ସମାଧାନ ହେବା ପରେ ରାସ୍ତା ଅବରୋଧ ହଟିଥିଲା ଓ ମୃତକଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିବା ସୂଚନା ମିଳିଛି ।  

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା