ଦକ୍ଷିଣ ଓଡ଼ିଶାର ରେଳ ଭିତ୍ତିଭୂମିକୁ ନେଇ ବ୍ରହ୍ମପୁର ସାଂସଦଙ୍କ ଦାବୀକୁ ମିଳିତ କ୍ରିୟାନୁଷ୍ଠାନ କମିଟିର ସ୍ୱାଗତ

ଭୁବନେଶ୍ୱର(ସମୃଦ୍ଧଓଡିଶା)ବ୍ରହ୍ମପୁର ସାଂସଦ ଡଃ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ପ୍ରତିଶ୍ରୁତିକୁ ସାକାର କରିବା ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି, ମିଳିତ କ୍ରିୟାନୁଷ୍ଠାନ କମିଟି ସେଥିଲାଗି କୃତଜ୍ଞତା ଏବଂ ଅଭିନନ୍ଦନ ଜଣାଇଛନ୍ତି ସାଂସଦ । ଇଷ୍ଟକୋଷ୍ଟ ଜି.ଏମ ଙ୍କ ମିଳିତ ସାଂସଦ ମାନଙ୍କୁ ନେଇ ଖୋର୍ଦ୍ଧାରେ ଅନୁଷ୍ଠିତ ହୋଇଥିବା ଦାବି, ସମୀକ୍ଷା, ପର୍ଯ୍ୟଲୋଚନା, କୁ ନେଇ ଇଷ୍ଟକୋଷ୍ଟ ଜି.ଏମ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସାଂସଦ ମାନେ ଦେଉଥିବା ବିଭିନ୍ନ ଦାବିକୁ ଯୁକ୍ତି ସଙ୍ଗତ ଭିତ୍ତିକ ଆଲୋଚନା ମାଧ୍ୟମରେ କିଛି ଦାବି ଇଷ୍ଟକୋଷ୍ଟ ଜି.ଏମ ଙ୍କ ସ୍ତରରେ ପୂରଣ ହୋଇଥବା ବେଳେ ଆଉ କିଛି ଦାବି ଗୁଡ଼ିକୁ କେନ୍ଦ୍ର ରେଳ ମନ୍ତ୍ରଣାଳୟ ଙ୍କ ଉପରେ ପ୍ରସ୍ତାବ ଦେଇଥିବା ସହ ତାଙ୍କର ସହମୋଦନ ପାଇଁ ମିଳିତ କ୍ରିୟାୁନୁଷ୍ଠାନ କମିଟି ସ୍ବାଗତ ଜଣାଇଛି। ଏହାକୁ ନେଇ ଆଗାମୀ ନିକଟ କିଛି ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶାର ବହୁ ସଙ୍ଗଠନ ଦକ୍ଷିଣ ଓଡ଼ିଶା ରେଳପଥ ବିକାଶ ମିଳିତ କ୍ରିୟାୁନୁଷ୍ଠାନ କମିଟି ର ସହମତିରେ ଯଶସ୍ଵି ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ, ଓ ରେଳ ଚେୟାରମ୍ୟାନ୍ ଙ୍କ ସହ ମିଶିବାକୁ ଦିଲ୍ଲୀ ଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦକ୍ଷିଣ ଓଡ଼ିଶାର ରେଳବାଇ ବିକାଶ ଲାଗି ମିଳିତ କ୍ରିୟାନୁଷ୍ଠାନ କମିଟି ଗତ ସେପ୍ଟେମ୍ବର ୯ ରୁ ୧୪ ତାରିଖ ପର୍ଯ୍ୟନ୍ତ କରିଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ର ପ୍ରଭାବ ଆଜି ଦେଖିବାକୁ ମିଳିଛି। ଫଳସ୍ୱରୁପ, ମାନ୍ୟବର ବ୍ରହ୍ମପୁର ସାଂସଦ ଡଃ. ପ୍ରଦୀପ କୁମାର ପାଣିଗ୍ରାହୀ, ଗତ ୨୬.୦୯.୨୦୨୪ ରିଖରେ ମିଳିତ କ୍ରିୟାନୁଷ୍ଠାନ କମିଟି ରଖିଥିବା ସମସ୍ତ ଦାବି ଉପସ୍ଥାପନ କରିବା ସହ ଆହୁରି ଅନେକ ସମସ୍ୟାର ସମାଧାନ ଲାଗି ଚିଠି ଲେଖିଛନ୍ତି ଇଷ୍ଟକୋଷ୍ଟ ରେଳବାଇ ଜି.ଏମ ଙ୍କୁ। ସେଥିଲାଗି ମିଳିତ କ୍ରିୟାନୁଷ୍ଠାନ କମିଟି ର ଆବାହକ, ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିବା ତପ୍ତର କର୍ମୀ ତଥା ବରିଷ୍ଠ ଆଇନଜୀବି ଶ୍ରୀ ସରୋଜ ରଞ୍ଜନ ପଟ୍ଟନାୟକ, ଏହି କମିଟିର ମୁଖ୍ୟ ଭୂମିକା ଗ୍ରହଣ କରି ସମସ୍ତଙ୍କୁ ଏକତ୍ର କରିଥିବା ଡଃ. ବାଳକୃଷ୍ଣ ପଣ୍ଡା, ମିଡ଼ିଆ ସଂଯାଯୋକ ତଥା ସ୍ଥାୟୀ ବିକାଶ ଲକ୍ଷ୍ୟର ସଭାପତି ରବୀନ୍ଦ୍ର କୁମାର ମିଶ୍ର, ବରିଷ୍ଠ ଅବସରପ୍ରାପ୍ତ ଅଧିକାରୀ ପ୍ରବୀଣ ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ର ରାଜେନ୍ଦ୍ର ପଣ୍ଡା, ବରିଷ୍ଠ ଆଇନଜୀବି ସୋମନାଥ ନାୟକ, ବରିଷ୍ଠ ଆଇନଜୀବି ଡଃ. ଶିବ ପ୍ରସାଦ ମିଶ୍ର, ବରିଷ୍ଠ ଆଇନଜୀବି ଶଙ୍କର ପାତ୍ର , ଲୋକନାଥ ପରିଡ଼ା, ସୂର୍ଯ୍ୟ ନାରାୟଣ ଦାସ, ପ୍ରୀତିସ ପାଣିଗ୍ରାହୀ, ଏବଂ ଅନ୍ୟାନ୍ୟ ସଦସ୍ୟ କୃତଜ୍ଞତା ଜ୍ଞାପନ କରିବା ସହ ମାନ୍ୟବର ସାଂସଦଙ୍କ ହାତ ମୁଠାକୁ ଆହୁରି ସୁଦୃଢ଼ କରିବାକୁ ମନ ବଳାଇଛନ୍ତି। ଆପଣ ଜାଣନ୍ତି ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, କନ୍ଧମାଳ, ଏବଂ ରାୟଗଡା ଜିଲ୍ଲାରେ ବହୁ ପ୍ରତିକ୍ଷିତ ରେଳ ପ୍ରକଳ୍ପ ଗୁଡିକ ଦୀର୍ଘ ବର୍ଷ ଧରି ବାରମ୍ବାର ଅବହେଳାର ସମ୍ମୁଖୀନ ହୋଇଛନ୍ତି। ଏପରିକି ଓଡ଼ିଶାର ସବୁଠାରୁ ପୁରାତନ ରେଳ ଷ୍ଟେସନ ବ୍ରହ୍ମପୁର , ଯାହା ଯାତ୍ରୀ ଟ୍ରାଫିକ, ଫୁୂଟଫଲ ଏବଂ ଆୟ କ୍ଷେତ୍ରରେ ଭୁବନେଶ୍ବର ଏବଂ ପୁରୀ ଷ୍ଟେସନ ପରେ ରାଜ୍ୟରେ ତୃତୀୟ ସ୍ଥାନରେ ରହିଛି, ସେଠି ମଧ୍ୟ ଆବଶ୍ୟକ ମୌଳିକ ସୁବିଧା ଦିଆଯାଇନାହିଁ। ରାଜ୍ୟର ଛୋଟ ରେଳ ଷ୍ଟେସନଗୁଡିକ ଆଧୁନିକ ସୁବିଧା ପାଇବାକୁ ଯାଉଥ୍‌ବା ବେଳେ ଶତାବ୍ଦୀ ପୁରୁଣା ବ୍ରହ୍ମପୁର ଏବଂ ଦକ୍ଷିଣ ଓଡ଼ିଶା ର ଅନ୍ୟ ଗୁରୂତ୍ବପୂର୍ଣ୍ଵ ଷ୍ଟେସନଗୁଡିକ ଅବହେଳାର ସମ୍ମୁଖୀନ ହେଉଛନ୍ତି। ସାଂସଦ ନିଜ ଚିଠିରେ କିଛି ଗୁରୁତ୍ବ ପୂର୍ଣ୍ଣ ପ୍ରସଙ୍ଗ ଏବଂ ମହତ୍ବପୁର୍ଣ ଭିରିଭମି ବିକାଶ କୁ ଆପଣଙ୍କ ନଜରକୁ ଆଣିଛନ୍ତି: ଯାହା ପୂର୍ବରୁ ଅନୁମୋଦିତ ହୋଇ ଦୀର୍ଘ ସମୟ ହେଲା କାର୍ଯ୍ୟକ୍ଷମ ହୋଇପାରିନାହିଁ । ଏହି ଭିତ୍ତିଭୂମି ଗୁଡିକ ର ବିକାଶ ହେଲେ ରାଜ୍ୟର ଏହି ଭାଗରେ ଟ୍ରାଫିକ୍‌ ଏବଂ ଯାତ୍ରୀ ସେବା ର ବର୍ତମାନ ଚାହିଦାକୁ ସମାଧାନ କରିପାରିବା ବୋଲି ସେ କହିଛନ୍ତି। ସାଂସଦଙ୍କ ଚିଠିରେ ସେ ଉଲ୍ଲେଖ କରିଥିବା ମୁଖ୍ୟ ଦାବି ଗୁଡ଼ିକ ମଧ୍ୟରୁ:

* ଗୋପାଳପୁର-ସମ୍ବଲପୁର ନୂତନ ରେଳ ଲାଇନ।
* ଗୋପାଳପୁର – ଥେରୁବାଲି (ରାୟଗଡା ସିଙ୍ଗାପୁର ରୋଡ – ନୂତନ ରେଳ ଲାଇନ।
* ଗୋପାଳପୁର-ତାଲଚେର/ରେଢ଼ାଖୋଲ ନୂତନ ରେଳ ଲାଇନ।
* ଜଗନ୍ନାଥପୁର ରେ ନୂତନ ରେଳ ଓଭରବ୍ରିଜ୍।
* ଅମ୍ବପୁଆ ରେ ନୂତନ ରେଳ ଓଭରବ୍ରିଜ୍।
* ବ୍ରହ୍ମପୁର, ଓ ଛତ୍ରପୁର ରେଳ ଷ୍ଟେସନ ର ତୁରନ୍ତ ଅପଗ୍ରେଡେସନ୍ ଏବଂ ଭିତ୍ତିଭୂମି ବିକାଶ କରିବା ସହ
* ବ୍ରହ୍ମପୁର ରେ ୫ ଏବଂ ୬ ପ୍ଲାଟଫମ୍ ନିର୍ମାଣ କରିବାକୁ ଚିଠି
* ବ୍ରହ୍ମପୁର ଷ୍ଟେସନ ରେ ଏକ କୋଚିଙ୍ଗ ଡିପୋ ଆବଶ୍ୟକ ବିଷୟରେ ଉଲ୍ଲେଖ ଅଛି।
* ଶୀତଳାପଲ୍ଲୀ ରେ ୱାଗନ ମେନୁଫେକ୍ଟରିଂ ଫ୍ୟାକ୍ଟ୍ରି କରିବାକୁ ଚିଠି।
* ସୁରଳ ରୋଡ ଠାରେ ୱାଶିଂ ଡିପୋ
* ବ୍ରହ୍ମପୁର ରେ ନୂତନ ରେଳ ଡିଭିଜନ୍
* *ବ୍ରହ୍ମପୁରରୁ ନୂତନ ଟ୍ରେନ ଚଳାଇବା ଲାଗି ଏବଂ ଅତିରିକ୍ତ ଟ୍ରେନ ଚଳାଚଳ ଲାଗି ଚିଠି: ଯେମିତି କି : ଅହମ୍ମଦାବାଦ କିମ୍ବା ସୁରଟ ପର୍ଯ୍ୟନ୍ତ ବ୍ରହ୍ମପୁରରୁ ଏକ ଦୈନିକ ଟ୍ରେନ୍, ବ୍ରହ୍ମପୁରରୁ ମୁମ୍ବାଇ ନୂଆ ଟ୍ରେନ୍‌, ବ୍ରହ୍ମପୁର- ନୂଆଦିଲ୍ଲୀ ହୀରାକୁଦ ଏକ୍ସପ୍ରେସକୁ ସପ୍ତାହର ୭ ଦିନ ପର୍ଯ୍ୟନ୍ତ ସମ୍ପ୍ରସାରଣ, ବ୍ରହ୍ମପୁରରୁ ବାରାଣାସୀ କିମ୍ବା ଆହ୍ଲାବାଦ, ବ୍ରହ୍ମପୁର ରୁ ପୁରୀ ମେମୁ ଟ୍ରେନ୍‌ ପ୍ରତିଦିନ, ବ୍ରହ୍ମପୁର ରୁ ଭୁବନେଶ୍ବର ଓ ବିଶାଖାପାଟନମ AC chair car ବଗି ସହ ମେମୁ ଟ୍ରେନ୍‌ ପ୍ରତିଦିନ ଅଫିସ ଯିବା ଲୋକଙ୍କ ପାଇଁ। ଗୁଣୁପୁର, କୋରାପୁଟ, ବାଲେଶ୍ବର ଏବଂ ଅନଗୁଳ କୁ ନୂଆ ମେମୁ ଟ୍ରେନ୍‌, 12820 ଓଡିଶା ସମ୍ପର୍କ କ୍ରାନ୍ତି କିମ୍ବା 18428 ଆନନ୍ଦ ବିହାର -ପୁରୀ କୁ ବ୍ରହ୍ମପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ, 18310. କିମ୍ବା 18102 ଜମ୍ମୁ ତମ୍ମି ଟାଟା ଏକ୍ସପ୍ରେସ କୁ ବ୍ରହ୍ମପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ଭଳି ଅନେକ ଦାବି ଉପସ୍ଥାପନ କରିଥିବା ସୂଚନା ମିଳିଛି। ସ୍ଥାନୀୟ ରେଳ ଷ୍ଟେସନ ସମ୍ମୁଖରେ ମିଳିତ କ୍ରିୟାନୁଷ୍ଠାନ କମିଟିର ଆନ୍ଦୋଳନ କିଛି ମାତ୍ରାରେ ମାନ୍ୟବର ସାଂସଦ ସଫଳ ରୂପାୟନ କରିବାକୁ ଚେଷ୍ଟା କରିଥିବା ଯୋଗୁଁ, କମିଟି ତାଙ୍କୁ ଧନ୍ୟବାଦ୍ ଜଣାଇଛି ଏବଂ ଆଗାମୀ ଦିନରେ କମିଟି ମାନ୍ୟବର ସାଂସଦ ଙ୍କୁ ଯାଇ ସାକ୍ଷାତ କରିବାର ଆୟୋଜନ ହୋଇଛି।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା