

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଜି ଦଳିତ ମହାସଂଘ ତରଫରୁ ୧୨ଘଣ୍ଟିଆ ଭାରତ ବନ୍ଦ ପାଳନ ହୋଇଛି । ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ ପଢ଼ିଥିବା ଦେଖିବାକୁ ମିଳିଛି । ତେବେ ଏହାର ପ୍ରବାହ ରାଜଧାନୀ ଭୁବନେଶ୍ୱର ମଧ୍ୟ ଦେଖିବାକୁ ମିଳିଛି । କିଛି କର୍ମୀ ବାଣୀବିହାର ଛକରେ ଭାରତ ବନ୍ଦକୁ ଡାକରା କରି ରାସ୍ତା ରୋକ କରିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କର୍ମୀଙ୍କୁ ଗିରଫ କରି ଅଟକ ରଖିଛି । ସୂଚନାଯୋଗ୍ୟ ଯେ ସିଏଏ ଓ ଏନଆରସି ପ୍ରତ୍ୟାହାର ଦାବିରେ ଭାରତ ବନ୍ଦ ପାଳନ ହୋଇଥିବା ସୂଚନା ରହିଛି ।
ରିପୋର୍ଟ : ଆକାଶ ମିଶ୍ର
