

ରମ୍ଭା (ସମୃଦ୍ଧ ଓଡିଶା) ଗଞ୍ଜାମ ଦଳିତ ସେନା ଉନ୍ନୟନ ସଂଘର ବୈଠକ ରମ୍ଭା ଠାରେ ଦଳିତ ନେତା ଭୀମସେନ ବେହେରାଙ୍କ ପୌରହିତରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆମ୍ବେଦକରଙ୍କ ଫୋଟୋ ଚିତ୍ରକୁ ପୁଷ୍ପ ମାଲ୍ୟ ପ୍ରଦାନ କରାଯାଇଥିଲା । ଏହା ସହିତ ଆଜି ଦିନରେ ୯୫ତମ ବାଜପେୟୀଙ୍କ ଜନ୍ମ ଦିବସ ପାଳନ କରାଯାଇଥିଲା ।ଖ୍ରୀଷ୍ଟିମାସ ବା ବଡଦିନରେ ଏକ ମହତ୍ୱ କାମ ନେଇ ରମ୍ଭା ଅଂଚଳରେ ସମସ୍ତ ବୁଦ୍ଧିଜୀବୀ ଓ ମହିଳାଙ୍କ ଯୋଗଦାନ କରିଥିଲେ । ଦଳିତ ଗରିବ ପରିବାର, ଭୂମିହୀନ, ଜମିହୀନ, ଗରିବ ଖଟି ଖିଆ, ଦିନ ମଜୁରିଆ କିଭଳି ବଞ୍ଚି ପାରିବେ ସେ ବିଷୟରେ ମିଞ୍ଚିନିପାଟନା ସଭାପତି ତାରିଣୀ ପାତ୍ର, ଗଞ୍ଜାମ ଯାଦବ ସଂଘ ସମ୍ପାଦକ ଲକ୍ଷ୍ମଣ ପାତ୍ର, ଯୁବ ନେତା ବିକ୍ରମ ଗୌଡ, ନୀଳକଣ୍ଠ ଦାସ, ଉପେନ୍ଦ୍ର ବାରିକ, ତ୍ରିନାଥ ଗୌଡ, ଭାନୁ ମହାରଣା, ପ୍ରିତି ସାହୁ, ବୁଲୁ ମହାରଣା, ଯୋଗଗୁରୁ ରବୀନ୍ଦ୍ର ବେହେରା, ଅନାଦି ବେହେରା, ନାରାୟଣ ବାରିକ ଓ ଦିନା ପ୍ରଧାନ ପ୍ରମୁଖ ଶତାଧିକ ମହିଳା ପୁରୁଷ ଯୋଗଦାନ କରି ନିଜର ଅସୁବିଧା ବିଷୟରେ ଆଲୋକପାତ କରିଥିଲେ । ସମସ୍ତ ବୁଦ୍ଧିଜୀବୀ ଲୋକଙ୍କୁ ବାସ, ଗୃହ ଓ ସହଯୋଗ କରିବା ପାଇଁ ପ୍ରତିଶୃତି ବଦ୍ଧ ବୋଲି କରିଥିଲେ । ଶେଷରେ ଆଗାମୀ ଦିନରେ ସରକାରଙ୍କ ପାଖରେ ଦାବୀ ଉପସ୍ଥାପନ କରିଯିବା ସହ ସଂଗ୍ରାମ କରାଯିବ ବୋଲି ଭୀମସେନ ବେହେରା କହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
