ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲା ଜଳେଶ୍ୱର ପୌରାଞ୍ଚଳରେ ନିର୍ଦ୍ଦିଷ୍ଟ କେତେକ ଦଳୀୟ କର୍ମୀ ମାନେ ଘରକୁଘର ବୁଲି ରେସନ୍କାର୍ଡ ବଣ୍ଟନ କରୁଥିବାରୁ ଏହାକୁ ବିଜେପି ପକ୍ଷରୁ ବିରୋଧ କରାଯାଇଛି । ହିତାଧିକାରୀ ମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଫୋରମ୍ରେ ସରକାରୀଭାବେ ବଣ୍ଟନ କରା ନଯାଇ ରାଜନୈତିକ ଉଦ୍ଦେଶ୍ୟ ରଖି ଦଳୀୟଭିତ୍ତିରେ ବଣ୍ଟାଯିବା ସହିତ ଉନ୍ନୟନମୂଳକ କାର୍ଯ୍ୟରେ କିଛି ନିର୍ଦ୍ଦିଷ୍ଟ ଦଳର ଲୋକମାନଙ୍କୁ ସଂଶ୍ଳିଷ୍ଟ କରାଯାଉଥିବା ଅଭିଯୋଗ ହୋଇଛି । ଆଜି ବୁଧବାର ପୂର୍ବାହ୍ନରେ ବିଜେପି ନଗର ସଭାପତି ଫାଲଗୁନି ପାଣିଗ୍ରାହୀଙ୍କ ନେତୃତ୍ୱରେ ଅନନ୍ତ କୁମାର ଦାସ, ସଂଜିବ ପ୍ରଧାନ, ରବିନ୍ଦ୍ର କୁମାର ପାତ୍ର, ରଂଜନ ପାତ୍ର, ଅମ୍ବିକା ପ୍ରଧାନ, ସପନ ଦେ, ବରେନ୍ଦ୍ର ପଣ୍ଡା, ସମ୍ଭୁନାଥ ପରିଡା, ରାମକୃଷ୍ଣ ସାହୁ, ଗୌରୀଶଂକର ଦଳେଇ, ଶିଦ୍ଧେଶ୍ୱର ପଣ୍ଡା ପ୍ରମୁଖ ବହୁ କର୍ମୀ ପୌର କାର୍ଯ୍ୟାଳରେ ଉପସ୍ଥିତ ହୋଇ ନାରାବାଜି କରିଥିଲେ । ଶେଷରେ ନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର ଓ ଯୋଗାଣ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।