ଜଳେଶ୍ଵର (ସମୃଦ୍ଧ ଓଡିଶା) ଚଳିତ ବର୍ଷ ମହାମାରୀ କରୋନା ସଂକ୍ରମଣ ଯୋଗୁଁ ଛାତ୍ରଛାତ୍ରୀ ମାନଙ୍କର ପାଠପଢାରେ ବ୍ୟାଘାତ ଘଟି ଥିଲା ଓ ପରୀକ୍ଷା ଫଳ ବାହାରିବାକୁ ନେଇ ବିଭିନ୍ନ ପ୍ରକାର ଗୁଜବ ଉଠିଥିଲେ ମଧ୍ୟ ଆଜି ପୂର୍ବାହ୍ନ ୧୧ ଟାରେ ଓଡ଼ିଶା ମାଧ୍ୟମିକ ବୋର୍ଡ଼ ତରଫରୁ ଫଳ ପ୍ରକାଶ ପାଇଥିଲା । ଜଳେଶ୍ଵର ବ୍ଲକରେ ଦଶମ ଶ୍ରେଣୀରେ ମୋଟ ୨୯୫୨ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୪୩୪ ଜଣ ପାଶ କରିଥିବା ଜଣାପଡ଼ିଛି । ସେମାନଙ୍କର ପାଶ ହାର ଶତକଡ଼ା ୮୨.୪୫ ଅଟେ ଓ ସେମାନଙ୍କ ମଧ୍ୟରୁ A1ଗ୍ରେଡରେ ୬ ଜଣ, A2 ଗ୍ରେଡରେ ୩୫ ଜଣ, B1ଗ୍ରେଡରେ ୯୧ ଜଣ, B2 ଗ୍ରେଡରେ ୧୭୬ ଜଣ, C ଗ୍ରେଡରେ ୩୩୭ ଜଣ, D ଗ୍ରେଡରେ ୫୧୧ ଜଣ ଓ E ଗ୍ରେଡରେ ୧୨୭୮ ଜଣ ପାଶ କରିଥିବା ବେଳେ ୪୭୮ ଜଣ ଫେଲ, ୨ ଜଣ ମାଲ ପ୍ରାକ୍ଟିସ ଏବଂ ୩୮ ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ । ୬ ଜଣଙ୍କ ମଧ୍ୟରୁ ଶୁଭ୍ରଜୀତ ମୁଖି ଜଳେଶ୍ଵର ହାଇସ୍କୁଲ ୫୫୩ ନମ୍ବର, ରଶ୍ମୀରେଖା କର ଜଳେଶ୍ଵର ହାଇସ୍କୁଲ ୫୪୮ ନମ୍ବର, ଆଦ୍ଯାଶା ଦେ ନାମ୍ପୋ ହାଇସ୍କୁଲ ୫୪୫, ସୁଡିପା ଦେ ଜଳେଶ୍ଵର ହାଇସ୍କୁଲ ୫୪୩, ସ୍ମୃତି ପ୍ରିତମ ଦେ ଜଳେଶ୍ଵର ହାଇସ୍କୁଲ ୫୪୧, ଓ ଉଷାରାଣି ପ୍ରଧାନ ଆର.କେ.ହାଇସ୍କୁଲ ଜଳେଶ୍ଵର ୫୪୦ ନମ୍ବର ରଖି ପାଶ କରିଛନ୍ତି । ଏମାନଙ୍କ ସହ ଜଳେଶ୍ଵର ବ୍ଲକ ସମସ୍ତ ପାଶ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଜଳେଶ୍ଵର ଓଷ୍ଟା ସଂଘ ତରଫରୁ ଜଳେଶ୍ଵର ସମ୍ପାଦକ ଡ.ଅଜିତ କୁମାର ମହାନ୍ତି, ରାଇବଣିଆ ଜୋନ ଓଷ୍ଟା ତରଫରୁ ସମ୍ପାଦକ ବଂଶୀଧର ବାରିକ, ଜିଲ୍ଲା ସମ୍ପାଦକ ମନୋରଞ୍ଜନ ଦାସ ଓ ନୋଡାଲ ଅଫିସର ମୁରଲୀ ମୋହନ ପ୍ରଧାନ ପ୍ରମୁଖ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା