

ପଦ୍ମପୁର (ସମୃଦ୍ଧ ଓଡିଶା) କରୋନା ଭୂତାଣୁ ସଂକ୍ରମଣ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଯାହାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । କରୋନାକୁ ଦମନ ପାଇଁ ବର୍ତ୍ତମାନ ସମୟରେ ସାମାଜିକ ଦୂରତ୍ୱ ତଥା ସଚେତନତା ଏକମାତ୍ର ଔଷଧ ବୋଲି କୁହାଯାଇଛି । ଏହିଭଳି ବିପଦ ସମୟରେ ବିଭିନ୍ନ ସାମାଜିକ ଅନୁଷ୍ଠାନମାନେ ସରକାରଙ୍କୁ ସହାୟତା ପାଇଁ ଆଗେଇ ଆସିଛନ୍ତି । କୌଣସି ବ୍ୟକ୍ତି ଯଦି ଜରୁରୀ କାମରେ ଘରୁ ବାହାରକୁ ଯାଉଛନ୍ତି ତେବେ ସେ ମୁହଁକୁ ଘୋଡେଇବା ନିତାନ୍ତ ଜରୁରୀ ବୋଲି କୁହାଯାଇଛି । ବର୍ତ୍ତମାନ ସମୟରେ ଅସହାୟମାନେ ମାକ୍ସ କିଣିବା ପାଇଁ ଅକ୍ଷମ ହୋଇଥିବାରୁ ଅସହାୟମାନଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି ପାଇକମାଲର ମଙ୍ଗଳ ଟିଭିଏସର ମାଲିକ ସୁମିତ ଅଗ୍ରୱାଲ । ସୁମିତ ଅଗ୍ରୱାଲଙ୍କ ସହଯୋଗ କ୍ରମେ ପଦ୍ମପୁର ହନୁମାନ ପଡାର ଅନୁପମା ପ୍ରଧାନ, ସିମା ମଲ୍ଲିକ, ରୀନା ମଲ୍ଲିକ ଓ ରିଙ୍କୁ ମଲ୍ଲିକ ବିନା ପାରିଶ୍ରମିକରେ ମାକ୍ସ ତିଆରି କରୁଛନ୍ତି । ଆଜି ଦହିତା ଅଞ୍ଚଳରେ ସାପ୍ତାହିକ ବଜାର ଥିଲା ତେଣୁ ଦହିତା ଅଞ୍ଚଳର ଅସହାୟ ମାନଙ୍କୁ ମକ୍ସ ବଣ୍ଟନ କରାଯିବା ସହ ସଚେତନ ମଧ୍ୟ କରାଯାଇଛି । ଏହି ମାକ୍ସ ବଣ୍ଟନ ଓ ସଚେତନତା କାର୍ଯ୍ୟକୁ ଦହିତା ଅଞ୍ଚଳର ସମାଜସେବୀମାନେ ସହଯୋଗ କରିଥିଲେ ସୂଚନା ମିଳିଛି ।
ରିପୋର୍ଟ – ନିରୋଜ କୁମାର ପାଣୀ
