Important News National ଦାଗୀ ନେତା ଲଢିପାରିବେ ନିର୍ବାଚନ : ସୁପ୍ରିମକୋର୍ଟ ସମୃଦ୍ଧ ଓଡିଶା September 27, 2018 1 min read Share this:FacebookX ନୂଆଦିଲ୍ଲୀ: ଅପରାଧିକ ମାମଲା ସାମ୍ନା କରୁଥିବା ବିଭିନ୍ନ ଦାଗୀ ନେତାଙ୍କ ଉପରେ ଆଜି ସୁପ୍ରିମକୋର୍ଟ ବଡ ନିଷ୍ପତ୍ତି ଶୁଣାଇଛନ୍ତି । ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ଏ ନେଇ ସଂସଦରେ ଆଇନ ଆଣିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ । ସୁପ୍ରିମକୋର୍ଟ କହିଛନ୍ତି ଯେ, କେବଳ ଚାର୍ଜସିଟ ଆଧାରରେ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ । ନିର୍ବାଚନ ଲଢିବା ଉପରେ ବି କୌଣସି ପ୍ରତିବନ୍ଧକ ଲାଗିପାରିବ ନାହିଁ । ନିର୍ବାଚନ ଲଢିବାକୁ ଥିବା ନେତାମାନଙ୍କର ଅପରାଧିକ ମାମଲାର ସମସ୍ତ ତଥ୍ୟ ଦଳୀୟ ୱେବସାଇଟରେ ରହିବ । ନେତାଙ୍କ ଅପରାଧ ସମ୍ପର୍କରେ ଜାଣିବାର ଅଧିକାର ଜନତାଙ୍କର ରହିଛି । ବର୍ତ୍ତମାନର ଆଇନ ବ୍ୟବସ୍ଥା ଅନୁଯାୟୀ ଅପରାଧିକ ମାମଲା ସାମ୍ନା କରୁଥିବା ସାଂସଦ ଏବଂ ବିଧାୟକମାନେ କେବଳ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ହିଁ ଅଯୋଗ୍ୟ ଘୋଷିତ ହେଉଛନ୍ତି । କିନ୍ତୁ ଅପରାଧିକ ପୃଷ୍ଠଭୂମିର ନେତାମାନଙ୍କୁ ଅଯୋଗ୍ୟ ଘୋଷିତ କରିବା ନେଇ ସୁପ୍ରିମକୋର୍ଟରେ ଏକ ପିଆଇଏଲ୍ ହୋଇଥିଲା । ଆଜି ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ଜନସ୍ବାର୍ଥ ମାମଲା ଉପରେ ଶୁଣାଣି କରି ରାୟ ଦେଇଛନ୍ତି । ଦାଗୀ ନେତାଙ୍କୁ ଅଯୋଗ୍ୟ ଘୋଷିତ କରିବା ନେଇ ସୁପ୍ରିମକୋର୍ଟରେ ହୋଇଥିବା ପିଆଇଏଲ୍ କୁ କେନ୍ଦ୍ର ସରକାର ବିରୋଧ କରୁଥିଲେ । ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ ଦିପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଫଲି ନରିମନ୍, ଏ.ଏମ୍. ଖାନୱିଲକର, ଡି.ୱାଇ. ଚନ୍ଦ୍ରଚୂଡ ଓ ଇନ୍ଦୁ ମଲହୋତ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ନିଷ୍ପତି ନେଇଛନ୍ତି । Like this:Like Loading... Continue Reading Previous: ଆଖି ମାରି ରାତାରାତି ଦେଶର ଏକ ଜଣାଶୁଣା ଚେହେରା ବନି ଯାଇଥିବା ପ୍ରିୟା ପ୍ରକାଶ ୱାରିୟର ପୁଣି ଏବେ ଚର୍ଚ୍ଚାରେ …..Next: ବାଇଗଣ ଖାଇବାର ଉପକାରିତା କଣ ? Related Stories 1 min read Bhubaneswar Business News Important News କେନ୍ଦୁଝର ଜିଲ୍ଲାରେ ୪ଲକ୍ଷ ୪୪ ହଜାର ୩୭୫ସୁଭଦ୍ରା ଆବେଦନରୁ ୩ଲକ୍ଷ ୩୬ ହଜାର ୨୮୬ଜଣଙ୍କୁ ସୁଭଦ୍ରା ସହାୟତା ମିଳିଛି ସମୃଦ୍ଧ ଓଡିଶା December 22, 2024 1 min read Bhubaneswar Important News Top News ଓଡ଼ିଶା ଅର୍ଥ ସେବା ୨୦୨୧ ବ୍ୟାଚ୍ର ୪୮ ପ୍ରୋବେସନର ରାଜ୍ୟପାଳଙ୍କୁ ଭେଟିଲେ: ନୈତିକତା, ସାଧୁତା ଓ କର୍ତ୍ତବ୍ୟପରାୟଣତା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱ ସମୃଦ୍ଧ ଓଡିଶା December 21, 2024 1 min read Bhubaneswar Business News Important News ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆମେରିକା ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟର ପ୍ରତିନିଧିଦଳ : ଓଡ଼ିଶାର ଶିକ୍ଷା ଓ ଶିଶୁଙ୍କ ବିକାଶ ଦିଗରେ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ ସମୃଦ୍ଧ ଓଡିଶା December 21, 2024