ଦାଦନ ଶ୍ରମିକ ବିସ୍ଥାପନ ସମସ୍ୟା ନେଇ ଟାସ୍କ ଫୋର୍ସର ବୈଠକ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦାଦନ ଶ୍ରମିକ ବିସ୍ଥାପନ ସମସ୍ୟା ସମାଧାନ ଦିଗରେ ଗଠନ ହୋଇଥିବା ଉଚ୍ଚସ୍ତରୀୟ ଟାସ୍କ ଫୋର୍ସର ବୈଠକ ଅନୁଷ୍ଠିତ ହୋଇଥିଲା l ଦାରିଦ୍ର୍ୟ ମୁକ୍ତ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବା ସ୍ଵେଚ୍ଛାସେବୀ ଅନୁଷ୍ଠାନ ନଜ ଫାଉଣ୍ଡେସନ ଓଡ଼ିଶାରେ ଦାଦନ ଶ୍ରମିକ ବିସ୍ଥାପନ ଜନିତ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟକରିବାକୁ ଆଗ୍ରହୀ l ଏହା ପୂର୍ବରୁ ପଶ୍ଚିମ ବଙ୍ଗ ଓ ଝାଡ଼ଖଣ୍ଡରେ ଏହି ସ୍ଵେଚ୍ଛାସେବୀ ଅନୁଷ୍ଠାନ ସଫଳତାର ସହ କାର୍ଯ୍ୟ ସମାପନ କରିଛି l ରାଜ୍ୟ ବାହାରକୁ ଦାଦନ ହିସାବରେ କାମ କରିବାକୁ ପ୍ରମୁଖ ଦୁଇଟି କାରଣ ପାଇଁ ଲୋକ ଯାଇଥାନ୍ତି l ପ୍ରଥମତଃ ଆଶାନୁରୂପ ଅଧିକ ରୋଜଗାର, ଦ୍ଵିତୀୟତଃ ନିଜ ଅଞ୍ଚଳରେ ଜୀବିକା ନିର୍ବାହ କରିବା ସମ୍ଭବପର ନ ହେବା ଯୋଗୁଁ l ଗଞ୍ଜାମ, ବଲାଙ୍ଗିର, କଳାହାଣ୍ଡି, ଝାରସୁଗୁଡା, ବରଗଡ଼ ପ୍ରଭୃତି ଜିଲ୍ଲାରୁ ଅପେକ୍ଷାକୃତ ଅଧିକ ଲୋକ ଦାଦନ ଶ୍ରମିକ ଭାବେ ଅନ୍ୟ ରାଜ୍ୟକୁ କମ ଅନ୍ଵେଷଣରେ ଯାଇଥାନ୍ତି l ତନ୍ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ବାହାର ରାଜ୍ୟକୁ ଯାଉଥିବା ଲୋକେ ମୁଖ୍ୟତଃ ଅଧିକ ଟଙ୍କା ରୋଜଗାର ଆଶାରେ ଯାଇଥାନ୍ତି ଏବଂ ଅନ୍ୟ ଜିଲ୍ଲା ଗୁଡିକରୁ ଜୀବିକା ନିର୍ବାହ ଅନ୍ଵେଷଣରେ ଯାଇଥାନ୍ତି l ଜୀବିକା ନିର୍ବାହ ଅନ୍ଵେଷଣରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଲୋକଙ୍କୁ ନିଜ ରାଜ୍ୟରେ ସ୍ଥାୟୀ ଜୀବିକା ଅର୍ଜନର ସମସ୍ତ ସୁବିଧା ଯୋଗାଇ ଦେଲେ ଏହି ସମସ୍ୟାର କିଛିମାତ୍ରାରେ ଅନ୍ତ ଘଟିବ l ସମ୍ପୃକ୍ତ ଅଞ୍ଚଳର ଜଳବାୟୁ, ପରିବେଶ ଏବଂ ଆବଶ୍ୟକତା ଅନୁଯାୟୀ ନଜ ଫାଉଣ୍ଡେସନ ଲୋକଙ୍କୁ ଜୀବିକା ଅର୍ଜନର ପନ୍ଥା ଯୋଗାଇ ଦେବ l ଏସବୁ ନିମନ୍ତେ ପ୍ରଥମେ ଓଡ଼ିଶାର ଦାଦନ ପ୍ରବଣ ଜିଲ୍ଲା ତଥା ଗ୍ରାମ ପଞ୍ଚାୟତ ଗୁଡିକରେ ମୂଳ କାରଣ ଓ ସମାଧାନ ଦିଗରେ ନଜ ଫାଉଣ୍ଡେସନ ଅନୁଧ୍ୟାନ କରିବ l ଅନୁଧ୍ୟାନକୁ ନେଇ ସରକାରଙ୍କ ସହ ଆଲୋଚନା ଭିତ୍ତିରେ ଭବିଷ୍ୟତ ପନ୍ଥା ନିରୂପଣ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି l ଖାଦ୍ୟ ସୁରକ୍ଷା, ସାମାଜିକ ସୁରକ୍ଷା, ସ୍ଥାୟୀ ଜୀବିକା ଅର୍ଜନ ପନ୍ଥା ଓ ଆଶାନୁରୂପ ରୋଜଗାର (ଗ୍ରାଜୁଏସନ ଆପରୋଚ) ଦ୍ଵାରା ଏହି ସମସ୍ୟାର ନିରାକରଣ ହୋଇପାରିବ l ଥରେ ଜୀବିକା ଅର୍ଜନ ପନ୍ଥା ଯୋଗାଇ ଦେବା ପରେ ନିୟମିତ ବ୍ୟବଧାନରେ ନଜ ଫାଉଣ୍ଡେସନ ସେମାନଙ୍କର ଆର୍ଥିକ ଏବଂ ସାମାଜିକ ସ୍ଥିତି ଅନୁଧ୍ୟାନ କରିବ l ଯେଉଁ ପଞ୍ଚାୟତ କିମ୍ବା ବ୍ଲକରେ ଅଧିକ ମାଇଗ୍ରେସନ ହେଉଛି ସେଠାରେ କ୍ଲଷ୍ଟର ଆପ୍ରୋଚ ବ୍ୟବହାର କରିବା ପାଇଁ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମତପ୍ରକାଶ କରିଥିଲେ l ଟାସ୍କ ଫୋର୍ସର ଅନ୍ୟ ସଦସ୍ୟ ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ଜଙ୍ଗଲ,ପରିବେଶ ଓ ଜଳବାୟୁ, ଶ୍ରମିକ ଓ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ଉନ୍ନୟନ କମିଶନର ଅନୁ ଗର୍ଗ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ଵତ ମିଶ୍ର ପ୍ରମୁଖ ବୈଠକରେ ଯୋଗଦେଇଥିଲେ l

ରିପୋର୍ଟ : ରଜତ ମହାପାତ୍ର ଓ ସୁଶ୍ରୀ ସଙ୍ଗୀତା ମହାରଣା,ଲୋକସମ୍ପର୍କ ଅଧିକାରୀ

Task Force meeting on Distressed Migration Labour under the Chairman ship  of  Deputy CM Shri Kanak Vardhan SinghDeo

Bhubaneswar:(SAMRUDHA ODISHA) A meeting of the High Level Task Force constituted to solve the problem of distressed migration labourers was held under the chairmanship of the Deputy Chief Minister and the Minister of Agriculture and Farmers Empowerment and Energy Shri Kanak Vardhan SinghDeo today at Lok Seva Bhavan conference hall. Nudge Foundation, is an action institute working towards poverty-free India, and is keen to work towards solving the problem of distressed migration in Odisha. Earlier, this institution has successfully completed work in West Bengal and Jharkhand. There are two main reasons why people prefer to go out on migration: firstly because of the expected higher earnings, and secondly because of the not feasible livelihood options available. A relatively large number of people from districts like Ganjam, Balangir, Kalahandi, Jharsuguda, Bargarh go to other states as laborers in search of livelihood and earnings. Among them, people who go to other states from Ganjam district are mainly in the hope of earning more money are aspirational migration and from other districts in search of livelihood and to pay back the loans. This problem will be solved to some extent by providing all the facilities of sustainable livelihood in the state to the people who go out of the state in search of livelihood. Nudge Foundation will provide people with means of livelihood according to the climate, environment and needs of the respective region. For this, the Nudge Foundation will first study the root causes and solutions in the migration-prone districts and Gram panchayats of Odisha. Based on the study, the future approach will be determined in consultation with the government, Deputy Chief Minister Shri Singh Deo said.Food Security, Social Security, Sustainable Livelihoods and Prospective Employment (Graduation Approach) can help to address this problem. Once the livelihoods are provided, the Nudge Foundation will assess their financial and social status at regular intervals. Minister Shri Suresh Pujari suggested using cluster approach in panchayats or blocks where there is more migration happens. The other members of this task force Minister of Revenue & Disaster Management Shri Suresh Pujari, Minister of Rural Development, Panchayatiraj & Drinking Water Shri Rabi Narayan Naik, Minister of Forest, Environment & Climate and Labour & ESI Shri Ganesh Ram Singh Khuntia, DC cum ACS Smt Anu Garg, Principal Secretary Shri Saswat Mishra and other officials were present in the meeting.

Report by Susree Sangita Maharana,PRO

Leave a Reply

Your email address will not be published. Required fields are marked *