ଦାମବାବୁଙ୍କର ମାନସିକ ସ୍ଥିତିକୁ ରାଜନୈତିକ ସ୍ୱାର୍ଥ ଓ ଅଭିସନ୍ଧି ପାଇଁ ବ୍ୟବହାର କରାଯାଉଛି – ବିଜେଡି…ଅନ୍ୟପକ୍ଷରେ …ଦେଖନ୍ତୁ …

ଭୁବନେଶ୍ୱର(ଆକାଶ ମିଶ୍ର )-ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ଯେ ବରିଷ୍ଠ ନେତା ଡ଼ଃ ଦାମୋଦର ରାଉତ ବର୍ତ୍ତମାନ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ଓ ଏହା ଅତି ଦୁଃଖ ଓ ପରିତାପର ବିଷୟ ବୋଲି  ପାତ୍ର କହିଛନ୍ତି । ଆଜିକାଲି ସେ ପ୍ରାୟ ସମସ୍ତଙ୍କ ବିରୁଦ୍ଧରେ କହୁଛନ୍ତି । କେତେବେଳେ ମହିଳାମାନଙ୍କୁ ତ କେତେବେଳେ ଅଙ୍ଗନବାଡ଼ି କର୍ମୀଙ୍କୁ ଅପମାନିତ କରୁଛନ୍ତି । କେତେବେଳେ ଚାଷୀଙ୍କୁ ତ କେତେବେଳେ ବ୍ରାହ୍ମଣ ଓ ଅନୁସୂଚିତ ଜାତିଙ୍କ ବିରୁଦ୍ଧରେ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି । ସେ ନିଜେ କ’ଣ କହୁଛନ୍ତି, ବୁଝିପାରୁ ନାହାନ୍ତି । ଏହା ଦୁର୍ଭାଗ୍ୟର ବିଷୟ ଯେ ଦାମବାବୁଙ୍କର ଏହି ମାନସିକ ସ୍ଥିତିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ନିଜର ରାଜନୈତିକ ସ୍ୱାର୍ଥ ଓ ଅଭିସନ୍ଧି ପାଇଁ ବ୍ୟବହାର କରୁଛନ୍ତି । ବିଜୁ ଜନତା ଦଳ ଆଶା କରୁଛୁ, ଯେ ଦାମବାବୁ ଉଚିତ ଚିକିତ୍ସା ଗ୍ରହଣ କରିବେ ଏବଂ ଖୁବଶୀଘ୍ର ଆରୋଗ୍ୟ ଲାଭ କରିବେ । ବିଜେଡିର ଗଭୀର ସମବେଦନା ତାଙ୍କ ସହିତ ରହିଛି ବୋଲି ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ।ଅନ୍ୟପକ୍ଷରେ whatsapp ରେ କିଛି ପାଠକ ପଠାଇଛନ୍ତିଯେ  ୭୬ ବର୍ଷ ବୟସରେ ସେ ପ୍ରତିଦିନ ମିଡ଼ିଆକୁ ଭେଟୁଛନ୍ତି, ଗୋଟିଏ ଦିନରେ ୨୫୦ କି.ମି ରାସ୍ତା ଯାଇ ସେଠି ସଭା ସାରି ପୁଣି ୨୫୦ କି.ମି ଫେରିପାରୁଛନ୍ତି, ଏଇ ମାସରେ ଭୁବନେଶ୍ୱର ବାହାରେ କେତୋଟି ସଭାରେ ସେ ଦୁର୍ନୀତି ବିରୋଧରେ ଭାଷଣ ମାରିସାରିଲେଣି, ତାଙ୍କ ଭାଷଣ ଲୋକେ ଶୁଣୁଛନ୍ତି ଏବଂ ଖବରକାଗଜ, ଟିଭି, ନ୍ୟୁଜ ପୋର୍ଟାଲ ମାନଙ୍କରେ ମଧ୍ୟ ଖବର ପ୍ରକାଶିତ ହେଉଛି। ଏହାପରେ ମଧ୍ୟ ବିଜେଡି କହୁଛି ଦାମ ବାବୁ ଜଣେ ମାନସିକ ରୋଗୀ…