

ଛତ୍ରପୁର (ସମୃଦ୍ଧ ଓଡିଶା) ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଡିଅ।ଳି ଗାଁରେ ଗତକାଲି ଘଟିଯାଇଛି ଏକ ଅଭାବନୀୟ ଘଟଣା । ଅ।ଉ ଖୋଦ ଦୁଇ ଭଉଣି ବିଷ ପିଇ ନିଜ ଜିବନ ହାରିଦେଇଥିବା ବେଳେ ଆତ୍ମହତ୍ୟାର ଅସଲ କାରଣ ଏବେ ବି ଜଣାପଡିନାହିଁ । ଗୋଟାଏ ପଟେ ପାରିବାରିକ କଳହ ବୋଲି କୁହାଯାଉଥିବା ବେଳେ ଦାରିଦ୍ର୍ୟ ହେତୁ ମଧ୍ୟ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ସୂଚନା ଦେଇଛି । ସେପଟେ ଦୁଇ ମୃତ ଭଉଣିଙ୍କ ବାପାଙ୍କୁ ପୋଲିସ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି । କବିସୂର୍ଯ୍ୟନଗର ଥାନା ଗୁଡିଅ।ଳି ଗାଁରେ ଘଟିଯାଇଛି ଏକ ଦୁଖଦଃ ଘଟଣା । ଅ।ଉ ଗୋଟିଏ ମଶାଣିରେ ଦୁଇ ଭଉଣିଙ୍କ ଚିତା ଜଳିଥିବା ବେଳେ ସାରା ଗାଁରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତେବେ ସେହି ଗାଁର ଦୁଇ ଭଉଣି ଦିପା ଭୂୟାଁ ଓ ଜିତା ଭୂୟାଁ ପାରିବାରିକ କଳହରୁ ବିଷ ପାନ କରି ଆତ୍ମହତ୍ୟା ଖବର ସାରା ଜିଲ୍ଲାରେ ହଇଚଇ ସୃଷ୍ଟି କରିଥିବା ବେଳେ ଜଣକର କବିସୂର୍ଯ୍ୟନଗର ମେଡିକାଲ ଓ ଅନ୍ୟ ଜଣେ ବ୍ରହ୍ମପୁର ବଡମେଡିକାଲରେ ଅ।ଖି ବୁଜିଛନ୍ତି । ତେବେ ଆତ୍ମହତ୍ୟାର କାରଣ ପାରିବାରିକ ବୋଲି କୁହାଯାଉଥିବା ବେଳେ ବାପା ପଦ୍ମନାଭ ଭୂୟାଁଙ୍କୁ ପୋଲିସ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି । ସେପଟେ ଏହି ଘଟଣା ଖବର ପାଇବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଦୁଇ ଭଉଣିଙ୍କ ଶବକୁ ଜବତ କରି ବ୍ୟବଛେଦ କରି ଗାଁକୁ ପଠାଇଦେଇଛି । ତଥାପି ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଥିବା ବେଳେ ପାରିବାରିକ କଳହ ସାଙ୍କୁ ଦାରିଦ୍ର୍ୟର କଷାଘାତର କାରଣ ହୋଇଥାଇପାରେ ବୋଲି ମଧ୍ୟ ପୋଲିସ ସୂଚନା ଦେଇଛି । ସେପଟେ ଏହି ଘଟଣା ସାରା କବିସୂର୍ଯ୍ୟନଗର ଥାନା ଇଲାକାରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ସାରା ଗୁଡିଅ।ଳି ଗାଁରେ ସମସ୍ତେ ଚକ୍କିତ ହୋଇଯାଇଛନ୍ତି । ତେବେ ଘଟଣାର ତଦନ୍ତ ପରେ ସମସ୍ତ ଘଟଣା ଲୋକଲୋଚନକୁ ଅ।ସିପାରିବାର ବୋଲି ବିଶ୍ଵାସ ରହିଥିବା ବେଳେ ଦାରିଦ୍ର୍ୟର କଷାଘାତର ମଧ୍ୟ ତଦନ୍ତ କରିବା ଜରୁରୀ ହୋଇପଡିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

