ଦିଗପହଣ୍ଡିରେ ବିଜେଡିର ଜନସମ୍ପର୍କ ପଦଯାତ୍ରା…

ଦିଗପହଣ୍ଡି (ସମୃଦ୍ଧ ଓଡିଶା )ଦିଗପହଣ୍ଡି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଆଜି  ଦିନ ଫାସୀଗୁଡା , ଭୀଷ୍ମ ଗିରି, ଏସ. ଟିକରପଡା , ନିମଖଣ୍ଡିପେଣ୍ଠ , ଚଷାନିମଖଣ୍ଡି ପଞ୍ଚାୟତରେ ସରକାରଙ୍କ ବିଭିନ୍ନ କାର୍ୟକ୍ରମଙ୍କୁ ଜନ ସଚେତନତା ସୃଷ୍ଟି କରିବା ପାଇଁ  ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ତଥା  ଖାଦ୍ୟ ଯୋଗାଣ ସମବାୟ ମନ୍ତ୍ରୀ ସୂର‌୍ୟ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ପଦଯାତ୍ରାରେ ସାମିଲ ହେବା ସହ ଆୟୋଜିତ ସଭାମାନଙ୍କରେ ତିତିଲି ପ୍ରଭାବିତ ପରିବାର ଗୁଡ଼ିକୁ ଆର୍ଥିକ ସହାୟତା ବଣ୍ଟନ କରିଥିବା ଜଣାପଡିଛି । ମନ୍ତ୍ରୀ ଶ୍ରୀ ପାତ୍ର ଫାସିଗୁଡା ପଞ୍ଚାୟତର ୧୭୦୯ ପରିବାରକୁ ତିତିଲି ସହାୟତା ରାଶି ପ୍ରଦାନ କରିଥିଲେ ଓ  ଭୀଷ୍ମଗିରିରେ ୧୬୭୫ ପରିବାର ,  ନିମଖଣ୍ଡିପେଣ୍ଠରେ ୧୩୪୪ ପରିବାର ,ଏସ୍. ଟିକରପଡାରେ ୧୦୯୮ ପରିବାର ,ଚଷାନିମଖଣ୍ଡିରେ ୧୧୫୩ ପରିବାରକୁ ସହାୟତା ରସିଦ ବଣ୍ଟନ କରିଥିଲେ । ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ, ବ୍ଲକ ବିଜେଡି ସଭାପତି ଉଦୟନାଥ ସ୍ବାଇଁ , ଜିଲ୍ଲା ସମ୍ପାଦକ ବି. କ୍ରିଷ୍ଣାରାଓ ସୁବୁଦ୍ଧି , କେ. ହରିବନ୍ଧୁ ରେଡ୍ଡୀ , ନିରଞ୍ଜନ ରେଡ୍ଡୀ , ଅସିତ ସାହୁ , ଚିତ୍ରସେନ ଗୌଡ , ଦିଗପହଣ୍ଡି ବ୍ଲକରେ ନୂତନ ଭାବେ ଯୋଗ ଦେଇଥିବା ବିଡ଼ିଓ ହଳଧର ଶବର, ଏବିଡିଓ ପିତାମ୍ବର ବେହେରା   ପ୍ରମୁଖ ଅଂଶ ଗ୍ରହଣ କରିଥିବା ଜଣାପଡିଛି।

ରିପୋର୍ଟ: ପାର୍ଥ ସାରଥୀ ରେଡ୍ଡୀ ଓ ନିମାଇଁ ଚରଣ ପଣ୍ଡା