


ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବଡ଼ଖେମୁଣ୍ଡି ହାଇସ୍କୁଲ ଖେଳପଡିଆ ଠାରେ ଚାଲିଥିବା ରାଜ୍ୟ ସ୍ତରୀୟ ଭଲିବଲ ଓ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଦିନ ଉଦଯାପିତ ହୋଇଯାଇଛି । ଖେମୁଣ୍ଡି ଭଲିବଲ ଓ ଫୁଟବଲ କ୍ଳବ୍ ପକ୍ଷରୁ ସ୍ୱର୍ଗତ ବିକ୍ରମ ମହାନ୍ତି ଓ ବସନ୍ତ ସେଠୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଗଜପତି ଜିଲ୍ଲାର ଗୁମ୍ମା ଓ ବ୍ରହ୍ମପୁର ର ପାୱାର ସିକ୍ସସ ଭଲିବଲ ଟିମ୍ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଗୁମ୍ମା ଟିମ୍ ପ୍ରତିପକ୍ଷ ବ୍ରହ୍ମପୁରର ପାୱାର ସିକ୍ସକୁ ୨-୦ ସେଟରେ ପରାସ୍ତ କରି ଚାମ୍ପିୟାନ ହୋଇପାରିଛି । ସେହିପରି ଅପରାହ୍ନରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଓ ବ୍ରହ୍ମପୁର ବାରାକ୍ସ୍ ଟିମ୍ ମଧ୍ୟରେ ଅନୁଷ୍ଠିତ ଫୁଟବଲ ଫାଇନାଲ ମ୍ୟାଚରେ ବ୍ରହ୍ମପୁର ବାରାକ୍ସ ଦଳ ଭବାନୀପାଟଣାକୁ ୩-୦ ଗୋଲରେ ହରାଇ ଚାମ୍ପିୟାନ ଆଖ୍ୟା ଅର୍ଜନ କରିପାରିଛି । ଉଦଯାପନୀ ଉତ୍ସବରେ ଆୟୋଜକ କମିଟି ସଭାପତି କୁରେଶୁ ମହାରଣା ସଭାପତିତ୍ୱ କରିଥିଲେ । ଦିଗପହଣ୍ଡି ପ୍ରେସ କ୍ଳବ୍ ସଭାପତି ତଥା ଆଇନଜୀବି ଅଶେଷନାଥ ମିଶ୍ର, ବରିଷ୍ଠ କ୍ରୀଡାବିତ ପରେଶ ଚନ୍ଦ୍ର ମୁଖାର୍ଜୀ, ସମାଜସେବୀ ଅର୍ଦ୍ଦୁ. ଗୋବିନ୍ଦ, କେ. କୁନା, ବିକାଶ ପଶୁପାଳକ, ଶିବଶଙ୍କର ମହାଙ୍କୁଡ, ରଞ୍ଜିତ ବେହେରା, ପ୍ରଭାକର ରେଡ୍ଡୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଭଲିବଲ ବିଜେତା ଗୁମ୍ମା ଟିମ୍ କୁ ଟ୍ରଫି ସହ ୩୩ ହଜାର ୩ଶହ ଟଙ୍କା ଏବଂ ପରାଜିତ ବ୍ରହ୍ମପୁର ଟିମ୍ କୁ ଟ୍ରଫି ସହ ୨୨ ହଜାର ୨ଶହ ଟଙ୍କା ପ୍ରଦାନ କରିଥିଲେ । ସେହିପରି ଫୁଟବଲ ବିଜେତା ବ୍ରହ୍ମପୁର ଟିମ୍ କୁ ୨୦ ହଜାର ଓ ପରାଜିତ ଭବାନୀପାଟଣା ଟିମ୍ କୁ ୧୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିବା ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା




