ଦିଗପହଣ୍ଡିରେ ହେବ କୃଷି ଭିତ୍ତିକ ଶିଳ୍ପ:କଂଗ୍ରେସ ପ୍ରାର୍ଥୀ ଭି.ଚନ୍ଦ୍ର ଶେଖର ନାଇଡୁ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଲୋକସଭା ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା କଂଗ୍ରେସ ପ୍ରାର୍ଥୀ ଭି. ଚନ୍ଦ୍ର ଶେଖର ନାଇଡୁ ଗତକାଲି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁକୁଡ଼ାଖଣ୍ଡି ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଭୋଟ ଭିକ୍ଷା କରିବା ଅବସରରେ କୁକୁଡାଖଣ୍ଡି, ରାମଚନ୍ଦ୍ରପୁର, ରାକୁଝୋଳ ପ୍ରଭୃତି ଗ୍ରାମ ପଞ୍ଚାୟତର ଗ୍ରାମ ଗୁଡିକ ବୁଲି ଚାଷୀ ଓ ଚାଷ ସମସ୍ୟା ବୁଝିବା ସହ ଚାଷୀମାନେ ଉତ୍ପାଦିତ କରୁଥିବା ଦ୍ରବ୍ୟର ଉଚିତ ମୂଲ୍ୟ ପାଉନଥିବା ସହ ଶୀତଳ ଭଣ୍ଡାରର ଅଭାବ ଜନିତ ସମସ୍ୟା ଉପରେ ଆଲୋଚନା କରିଥିଲେ । ଶ୍ରୀ ନାଇଡୁ ଜଣେ ଶିଳ୍ପପତି ହୋଇଥିବା ବେଳେ ନିର୍ବାଚନରେ ବିଜୟୀ ହେଲେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଏକ କୃଷି ଭିତ୍ତିକ ଶିଳ୍ପ କାରଖାନା ପ୍ରତିଷ୍ଠା କରି ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସହ କୃଷି ଯାତ ଦ୍ରବ୍ୟର ଉଚିତ ମୂଲ୍ୟ ଦିଆଯିବାର ବ୍ୟବସ୍ଥା କରିବି ବୋଲି ଚାଷୀମାନଙ୍କୁ କହିଥିଲେ । ଶ୍ରୀ ନାଇଡୁ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବିକାଶରେ ଅର୍ଥରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ଏଠି ମନ୍ତ୍ରୀ ହୋଇଥିବା ନେତା କଣ କରିଛନ୍ତି ବୋଲି ଲୋକଙ୍କୁ ପ୍ରଶ୍ନ କରିବା ସହ ଥରେ ମୋତେ ସୁଯୋଗ ଦିଅ ମୁ ଏହି ଅଞ୍ଚଳକୁ କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରିବାକୁ ପ୍ରତିଶ୍ରୁତି ବଦ୍ଧ ବୋଲି କହିଥିଲେ । ଏହି ପ୍ରଚାର ଅଭିଯାନରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରଫୁଲ ପଣ୍ଡାଙ୍କ ସହ ବୃନ୍ଦାବନ ଖଟେଇ, ବିଦ୍ୟଧର ଜେନା, ବରିଖ ଦଳେଇ, ଯୁଗଳ ପଟ୍ଟନାୟକ, ଶିବ ପ୍ରସାଦ ଦୋରା, ସୁଦର୍ଶନ ସେଠି, କଂଗ୍ରେସ ମିଡିଆ ସେଲ ସିବପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା