

ଛତ୍ରପୁର (ସମୃଦ୍ଧ ଓଡିଶା) ଶନିବାର ତଥା ଗତକାଲି ବିଳମ୍ବିତ ରାତ୍ରୀରେ ରାଜଧାନୀ ଭୂବନେଶ୍ୱରରୁ ଫେରୁଥିବା ବେଳେ ଜାତୀୟ ରାଜପଥର ଛତ୍ରପୁର ନିକଟରେ ଏକ ଟ୍ରକ୍ କୁ ପିଟିହୋଇ କାରଟି ଦୂର୍ଘଟଣା ଗ୍ରସ୍ତ ଘଟିଥିବା ଜଣାପଡିଛି । ଦୂର୍ଘଟଣାରେ କାରରେ ବସିଥିବା ୭ ଜଣ ବ୍ୟକ୍ତି ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି । କାର ଏୟାର୍ବେଗ୍ ଫାଟି ଖୋଲିଯିବା ହେତୁ ସମସ୍ତେ ମୃତ୍ୟୁ ମୁଖରୁ ବଞ୍ଚିଯାଇଥିବା ଜଣାପଡିଛି । ଦୂର୍ଘଟଣା ଗସ୍ତ କାର୍ ମଧ୍ୟରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜେପିରୁ ବିଧାୟକ ପ୍ରାର୍ଥୀ ଆଶାୟୀ ନେତା ଇଂ ଉତ୍ତମ କୁମାର ପାଣିଗ୍ରାହୀଙ୍କ ସମେତ ଅନ୍ୟ ୬ ଜଣ ଭୂବନେଶ୍ୱରରୁ ଫେରୁଥିବା ବେଳେ ଗାଡିନଂ ଓଡି ୩୩ କ୍ୟୁ ୯୦୦୯ଟି ଦୂର୍ଘଟଣା ହୋଇଥିବା ଜଣାପଡିଛି । ଉତ୍ତମ ସାମାନ୍ୟ ଆହତ ହୋଇଥିବା ବେଳେ ଚିକିତ୍ସା ପରେ ସେ ସୁସ୍ଥ ହୋଇ ବ୍ରହ୍ମପୁର ସ୍ଥିତ ନିଜ ବାସଭବନରେ ରହିଥିବା ଜଣାପଡିଛି । ଅପରାହ୍ନରେ ନିର୍ବାଚନ ମଣ୍ଡଳୀକୁ ଯାଇ ହାଲଚାଲ୍ ବୁଝି ସୋମବାର ଶେଷ ଦିନରେ ସ୍ୱାଧିନ ଭାବେ ବିଧାୟକ ପ୍ରାର୍ଥୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଉତ୍ତମ ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି । ପ୍ରକାଶ ଯେ, ଦିଗପହଣ୍ଡି ବିଧାନସଭା ଆସନରୁ ବିଜେପି ବିଧାୟିକା ପ୍ରାର୍ଥୀ ଭାବେ ପିଙ୍କି ପ୍ରଧାନଙ୍କୁ ଦଳ ପକ୍ଷରୁ ଘୋଷଣା ହେବା ପରେ ବିଜପେି ମହଲରେ ଅସନ୍ତୋଷ ଦେଖାଦେଇଥିଲା । ଉତ୍ତମଙ୍କ ସମର୍ଥକ ଗୋଷ୍ଠୀ ଗତ କାଲି ଦିଗପହଣ୍ଡିରେ ହୋହାଲା କରିବା ପରେ ଜିଲ୍ଲା କାର୍ଯ୍ୟାଳୟରେ ହଙ୍ଗାମା କରିଥିଲେ । କୌଣସି ଫଳପ୍ରଦ ନହେବାରୁ ରାଜଧାନୀ ଯାଇ ବିଜେପିର ମଙ୍ଗ ଧରୁଥିବା ନେତାମାନଙ୍କୁ ଭେଟିଥିଲେ । ସେଠାରୁ ନିରାଶ ହୋଇ ଫେରିବା ସମୟରେ ଛତ୍ରପୁର ନିକଟରେ ଦୂର୍ଘଟଣା ଘଟିଥିଲା ବୋଲି ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

