ଦିଗମ୍ବରୀଦେବୀ ଶିକ୍ଷା ସମୁହକୁ ରାଜ୍ୟସ୍ତରୀୟ ପ୍ରକୃତିମିତ୍ର ପୁରସ୍କାର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଦିଗମ୍ବରୀଦେବୀ ଗ୍ରୁପ ଅଫ ଇନିଷ୍ଟିଚ୍ୟୁସନକୁ ଚଳିତବର୍ଷ ରାଜ୍ୟ ଜଂଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକୃତିମିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଭୁବନେଶ୍ୱର ସ୍ଥିତ ରବିନ୍ଦ୍ର ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୋଖ ଦିଗମ୍ବରୀଦେବୀ ଶିକ୍ଷାନୁଷ୍ଠାନ ସମୁହର ପ୍ରତିଷ୍ଠାତା ଅଜିତ୍ କୁମାର ମହାନ୍ତିଙ୍କୁ ପ୍ରକୃତି ସଂଗ୍ରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ପ୍ରମାଣପତ୍ର ଓ ଚେକ୍ ଆକାରରେ ୧୦ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପରିବେଶ ବିଭାଗର ନିର୍ଦ୍ଦେଶକ ତଥା ସଚିବ ଡ. କେ ମୁରୁଗେସନ, ସିଇଏସର ନିର୍ଦ୍ଦେଶକ ଡ. ଆଶୁତୋଷ ଦେବତା ଉପସ୍ଥିତ ଥିଲେ । ଚଳିତବର୍ଷର ପ୍ରକୃତିବଂଧୁ ପୁରସ୍କାର ବିଶ୍ୱ ପରିବେଶ ଦିବସ ଅବସରରେ ଜଳେଶ୍ୱର ଟାଉନ୍ ଉତ୍ତନୋଡାଲ ବିଦ୍ୟାଳର ବିଜ୍ଞାନ ତଥା ସବୁଜବାହିନୀ ଇକୋ କ୍ଲବର ଶିକ୍ଷକ ଅଜିତ୍ କୁମାର ମହାନ୍ତିଙ୍କୁ ଜିଲା ପ୍ରଶାସନ ପୁରସ୍କୃତ କରିଛନ୍ତି । ବାଲେଶ୍ୱର ଝାଡେଶ୍ୱର ଇଞ୍ଜିନିୟାରିଂ କଲେଜ ପରିସରରେ ଜିଲାପାଳ ରମେଶ ଚନ୍ଦ୍ର ରାଉତ ଏହି ପୁରସ୍କାର ଶ୍ରୀ ଅଜିତ୍ କୁମାର ମହାନ୍ତିଙ୍କ ଅନୁପସ୍ଥିତରେ ତାଙ୍କ ସହଧର୍ମୀଣୀ ମଧୁଛନ୍ଦା ମହାନ୍ତିଙ୍କୁ ମାନପତ୍ର ଧ ୫ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଏଥିରେ ପ୍ଲାନିଂ ଅଫିସର ବିଜୟ କୁମାର ପଣ୍ଡା, ଡିଏପ୍ଓ ବିଶ୍ୱରାଜ ପଣ୍ଡା, ପଲ୍ୟୁସନ ରିଜିଓନାଲ ଡାଇରେକ୍ଟର ପ୍ରବୋଧ କୁମାର ମହାପାତ୍ର, ମାଷ୍ଟର ଟ୍ରେନର କୃତିବାସ ଦେ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା