
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସହରର ବାସନ୍ତୀ ପଡିଆଠାରେ ଥିବା ଦିଗମ୍ବରୀଦେବୀ ଆଇଟିଆଇ ପରିସରରେ ଶିଶୁ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ଅଜିତ୍ କୁମାର ମହାନ୍ତିଙ୍କ ପୌରହିତ୍ୱରେ ଅନୁଷ୍ଠିତ ଉତ୍ସବରେ ଜିଲା ଖାଉଟି ଅଦାଲତାର ପୂର୍ବତନ ସଭାପତି ସୁକୁମାର ରଣା ମୁଖ୍ୟ ଅତିଥି, ଶିକ୍ଷକ ଘନଶ୍ୟାମ ଗିରି ସମ୍ମାନୀତ ଅତିଥିରୂପେ ଯୋଗ ଦେଇ ଉଦବୋଧନ ଦେଇଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ଏଟିଓ ସୁଜୟ କୁମାର ବ୍ରହ୍ମ ଅତିଥି ପରିଚୟ କରିଥିବା ବେଳେ ଏଟିଓ ମାନସ କୁମାର ମାଇତି ଦିବସ ପାଳନର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ । ଶେଷରେ ଏଟିଓ ଦେବାଶିଷ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା