ଦିବ୍ୟାଙ୍ଗମାନଙ୍କ ପାଇଁ ପ୍ରଦର୍ଶନ ଭୋଟଦାନ ବ୍ୟବସ୍ଥା ଅନୁଷ୍ଠିତ ହେବ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଦିବ୍ୟାଙ୍ଗ ମତଦାତାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରଦର୍ଶନ ମୂଳକ ଭୋଟଦାନ ବ୍ୟବସ୍ଥା ଆଗାମୀ ଡିସେମ୍ବର ମାସ ୩ ତାରିଖରେ ଅନୁଷ୍ଠିତ ହେବ । ଏହା ଜିଲ୍ଲା ସ୍ତରୀୟ ଏବଂ ବ୍ଲକ ସ୍ତରରେ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଗଣ ମାଧ୍ୟମର ପ୍ରତିନିଧିମାନଙ୍କୁ ଏହା ଯାଇଛନ୍ତି । ନିର୍ବାଚନ କମିଶନଙ୍କ ତରଫରୁ ଆଗାମୀ ସାଧାରଣ ନିର୍ବାଚନରେ ଦିବ୍ୟାଙ୍ଗ ମତଦାତାମାନଙ୍କୁ ଗୁରୁତ୍ୱ ଦିଆଯାଉଛି । ସେମାନେ କିପରି ସୁବିଧାରେ ଆସି ଭୋଟ ଦେଇପାରିବେ ତାର ସବିଶେଷ ତଥ୍ୟ ଅନୁଧ୍ୟାନ କରିବା ପାଇଁ ଡିସେମ୍ବର ୩ ତାରିଖ ଦିନ ଏହି ପ୍ରଦର୍ଶନ ଭୋଟଦାନ ବ୍ୟବସ୍ଥା ଆୟୋଜନ ହେଉଛି । ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଡିସେମ୍ବର ୩ରେ ପାଳନ ହେଉଥିବାରୁ ଏହା ଦିବ୍ୟାଙ୍ଗ ମତଦାତାଙ୍କ ପାଇଁ ଗୁରୁତ୍ୱ ବହନ କରୁଛି । ଗଞ୍ଜାମ ଜିଲ୍ଲା ସ୍ତରରେ ଅନୁଷ୍ଠିତ ହୋଇଥିବା ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ୧୭,୩୬୧ ଜଣ ଦିବ୍ୟାଙ୍ଗ ମତଦାତାଙ୍କୁ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ପୋଲସରା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୨୩୪୯ ଜଣ ଏବଂ ସାନଖମୁଣ୍ଡି ନିର୍ବାଚନ ମଣ୍ଡଳୀରେ ସର୍ବନିମ୍ନ ୨୧୩ ଜଣ ଚିହ୍ନଟ ହୋଇଛନ୍ତି । ପ୍ରଦର୍ଶନ ଭୋଟଦାନ ଦ୍ୱାରା ସେମାନଙ୍କର ସୁବିଧା ଅସୁବିଧା ଅନୁଧ୍ୟାନ କରାଯିବା ସହିତ ମତାମତ ମଧ୍ୟ ଗ୍ରହଣ କରାଯିବ । ସରଳ, ସୁଗମ ଓ ସହଜ ମତଦାନ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବା । ଦିବ୍ୟାଙ୍ଗ ମାନଙ୍କର ପ୍ରତିଭାକୁ ଏହି ଭୋଟଦାନ ସ୍ଥଳରେ ଲୋକଲୋଚନକୁ ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି । ଗଣମାଧ୍ୟମକୁ ଏହି ସୂଚନା ପ୍ରଦାନ ଅବସରରେ ଜିଲ୍ଲା ନିର୍ବାଚନ ଅଧିକାରୀ ଡ. ବିଜୟାନନ୍ଦ ସେଠି ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା