ଦୀନକୃଷ୍ଣ କଲେଜରେ ଇତିହାସ ବିଭାଗର ଅଧ୍ୟାପକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍ତର ବାଲେଶ୍ୱରର ସର୍ବପୁରାତନ ଦୀନକୃଷ୍ଣ ମହାବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ତଥା ପ୍ରାଧ୍ୟାପକ ଡ. ଅକ୍ଷୟ ନାରାୟଣ ଦାସ ମହାପାତ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଚୌଧୁରୀ ସୁରେଶ ଚନ୍ଦ୍ର ନନ୍ଦ ଏଥିରେ ପୌରହିତ୍ୱ କରିଥିଲେ । ଡ. ରଜନୀକାନ୍ତ ଭୂୟାଁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତାଭାବେ ପ୍ରାଧ୍ୟାପକ ସୁଧାଂଶୁ ସେଖର ଗିରି ଯୋଗ ଦେଇ ବିଦାୟୀ ପ୍ରାଧ୍ୟାପକ ଡ. ଦାସ ମହାପାତ୍ରଙ୍କର ବିଗତ ଦିନ ସ୍ମୃତି ଚାରଣ କରିଥିଲେ । ଅଧ୍ୟାପକ ଧନେଶ୍ୱର ସେଠୀ, ଅଜୟ କୁମାର ଗିରି, ସୁବଲ ଚନ୍ଦ୍ର ଦେ, ରମେଶ ଚନ୍ଦ୍ର ରାଉତ ଏଥିରେ ବକ୍ତବ୍ୟ ରଖି ଆଗାମୀ ଦିନରେ ଏପରି ଜଣେ ଆଦର୍ଶ ଶିକ୍ଷକଙ୍କ ଅଭାବ ଅନୁଭୂତ ହେବ ବୋଲି କହିଥିଲେ । ବିଭାଗୀୟ ପ୍ରାଧ୍ୟାପକ ରାଧାରଂଜନ ସେନାପତି, ଡ. ମାନସ ରଂଜନ ଦାସ, ବିଶ୍ୱରଂଜନ ପୃଷ୍ଟି, ବିଦାୟୀ ପ୍ରାଧ୍ୟାପକଙ୍କ ବହୁମୁଖୀ ପ୍ରତିଭା ବର୍ଣ୍ଣନା କରିବା ସହିତ ମାନପତ୍ର, ଉତ୍ତରୀୟ ପ୍ରଦାନ କରିଥିଲେ । ଉପସ୍ଥିତ ଛାତ୍ରଛାତ୍ରୀମାନେ ବିଦାୟୀ ପ୍ରାଧ୍ୟାପକଙ୍କ ଗୁଣଗାରିମା ବାହୁନିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା