ଜଳେଶ୍ୱର (ସମୃଦ୍ଧ ଓଡିଶା) ବିପୁଳ ଆନନ୍ଦ ଉତ୍ସାହ ମଧ୍ୟରେ ଜଳେଶ୍ୱର ସ୍ଥିତ ଦୀନକୃଷ୍ଣ ସ୍ମୃତିପରିଦର ନବବର୍ଷ ଉତ୍ସବ ତାରୁଣ୍ୟ ମିଳନୀକକ୍ଷ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଓଡିଶା ଓ ପଶ୍ଚିମବଂଗରୁ ଆସିଥିବା ଶୁଭେଚ୍ଛୁମାନେ ବନ୍ଧୁ ମିଳନ, ସାହିତ୍ୟ ଆଲୋଚନାଚକ୍ର ଓ କବିତା ପାଠୋତ୍ସବରେ ଯୋଗ ଦେଇଥିଲେ । ପ୍ରଥମ ଅଧିବେସନରେ ଡ. ବିଜୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରତିଷ୍ଠାତା ସମ୍ପାଦକ ପ୍ରଫେସର ବିପିନ ବିହାରି ବିଶ୍ୱାଳ ସ୍ୱାଗତ ଅଭିଭାଷଣ ସହିତ ନବବର୍ଷ ସାରସ୍ୱତ ସମାରୋହର ଆବଶ୍ୟକତା ଓ ଭାଇଚାରାର ଉଦେ୍ଧଶ୍ୟ ଜ୍ଞାପନ କରିଥିଲେ । ସମସ୍ତ ବନ୍ଧୁ ଅତିଥିମାନଙ୍କୁ ଶ୍ରୀ ବିଶ୍ୱାଳ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥିଭାବେ ଡା. ପଦ୍ମଲାଭ ପ୍ରଧାନ, କାର୍ତ୍ତିକ ଚନ୍ଦ୍ର ଦାସ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇ ନୂତନତ୍ୱ ମାନସିକ ଓ ସୌନ୍ଦଯ୍ୟ ଚେତନା ସହିତ ବଂଧୁମିଳନ ତାତ୍ପର୍ଯ୍ୟ ସଂପର୍କରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଥିଲେ । ୨ୟ ଅଧିବେସନ ସାହିତ୍ୟ ଆଲୋଚନା ଓ କବିତା ପଠୋତ୍ସବରେ ଡ. ରମାକାନ୍ତ ଭଂଜ ଅଧ୍ୟକ୍ଷତା କରିଥିଲେ । ଏଥିରେ ଯୋଗେଶ ଚନ୍ଦ୍ର ରାଉଳ, ରମେଶ ଚନ୍ଦ୍ର ନାୟକ, ବସନ୍ତ ଦାସ, ପ୍ରଶାନ୍ତ ରାଉଳ, ସୁଧାକର ଗିରି, ବଂଶୀଧର ବେହେରା, ନିରଞ୍ଜନ ଦାସ, ଇଂ ବ୍ରଜେନ୍ଦ୍ର ଘୋଷ, ଅଧ୍ୟାପିକା ଇନ୍ଦୁମତି ଗିରି, ଶାନ୍ତିଲତା ପ୍ରଧାନ, ଲିଲିମା ମହାନ୍ତି, ଅନନ୍ତ ଦାସ, ନିକୁଞ୍ଜ ଘୋଷ, ଅଧିର ପ୍ରଧାନ, ଉଷାରାଣୀ ପ୍ରଧାନ, ମନୋରଂଜନ ଦାସମହାପାତ୍ର ପ୍ରମୁଖ ଆଲୋଚନା ଓ କବିତା ପାଠ କରିଥିଲେ । ସୁବଳ ଚନ୍ଦ୍ର ପରିଡା ସୂଚନା ଓ ଧନ୍ୟବାଦ ଅର୍ପଣ କରିଥିଲେ । ଶରତଚନ୍ଦ୍ର ପରିଡା, ଜ୍ୟୋତିଷ କର, ଅଧ୍ୟାପକ ସତ୍ୟମୟ ଆଚାର୍ଯ୍ୟ, ତ୍ରିଲୋଚନ ଗିରି ପ୍ରମୁଖ ପରିଚାଳନା କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା