ଦୀନକୃଷ୍ଣ ମହାବିଦ୍ୟାଳୟରେ ଇଂରାଜୀ ବିଭାଗର ପାଠଚକ୍ର ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀନକୃଷ୍ଣ ମହାବିଦ୍ୟାଳୟର ଇଂରାଜୀ ବିଭାଗ ପକ୍ଷରୁ “ଭାରତୀୟ ଇଂରାଜୀ କବିତା” ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଅଧ୍ୟକ୍ଷ ଡ. ରମେଶ ଚନ୍ଦ୍ର ରାଉତଙ୍କ ପୌରହିତ୍ୱରେ ପ୍ରାଧ୍ୟାପକ ଡ. ମାନସ ରଂଜନ ସାମଲ ଭାରତୀୟ ଇଂରାଜୀ କବିତାର ପୃଷ୍ଠଭୂମୀ ଓ ପରିଚୟ ଉପରେ ଆଲୋକପାତ କରିଥିଲେ । ବିଭାଗମୁଖ୍ୟ ମେଜର୍ ଡ. ଉଜ୍ଜଳ କୁମାର ପଣ୍ଡା ଭିତ୍ତି ପ୍ରବନ୍ଧପାଠ କରିଥିଲେ । ଉପସ୍ଥିତ ଛାତ୍ରଛାତ୍ରୀମାନେ କବି ଜୟନ୍ତ ପାତ୍ର, କମଳା ଦାସ, ନିସିମ୍ ଏଜକେଲ, ଏକେ ରାମାନୁଜନ୍ ଓ ସରୋଜିନୀ ନାଇଡୁଙ୍କ କବିତା ଉପରେ ସ୍ୱକୀୟ ରଚିତ ପ୍ରବନ୍ଧପାଠ କରିଥିଲେ । ପ୍ରଧ୍ୟାପକ ଡ. ରବିନ୍ଦ୍ର ସାସମଲ କମଳା ଦାସଙ୍କୁ ଜଣେ ଶ୍ରେଷ୍ଠ ନାରୀ କବି ଭାବରେ ବର୍ଣ୍ଣନା କରିବା ସଂଗେ ସଂଗେ ଭାରତୀୟ ଇଂରାଜୀ ସାହିତ୍ୟକୁ ପ୍ରେରଣା ଯୋଗାଇଥିବା କରିଥିଲେ । ଏଥିରେ ଛାତ୍ରୀ ବନିତା ଭୂୟାଁ ଅତିଥି ପରିଚୟ କରିଥିବା ବେଳେ ଛାତ୍ର ଦିଲ୍ଲୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା