ଦୀନକୃଷ୍ଣ ସ୍ମୃତିପରିଷଦ ପକ୍ଷରୁ ଗୁରୁ ଓ କବି ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ୧୧୯ ତମ ଜୟନ୍ତି ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପ୍ରଖ୍ୟାତ ଗୁରୁ ତଥା ବିଶିଷ୍ଟ କବି ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ୧୧୯ ତମ ଜୟନ୍ତୀ ଉତ୍ସବ କରୋନା କଟକଣା ନିୟମ ଅନୁସାରେ ତାରୁଣ୍ୟ ମିଳନ କକ୍ଷରେ କବି ବ୍ରଜେନ୍ଦ୍ରନାଥ ଗିରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମେ କବିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବାପରେ ପରିଷଦର ସଂପାଦକ ପ୍ରାଧ୍ୟାପକ ବିପିନ ବିହାରୀ ବିଶ୍ୱାଳ, ପୂଜ୍ୟପୂଜା ମର୍ମରେ ମହାନ୍ ଗୁରୁ ଓ କବି ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଜୟନ୍ତୀ ଉତ୍ସବ ତାଙ୍କ ଜୀବଦଶାରେ ଅଦ୍ୟାବଧି ଦୀର୍ଘ ୪୧ବର୍ଷ ଧରି ପାଳନ କରାଯାଉଥିବା ବିଷୟ ସୂଚାଇଥିଲେ । ଏହି ଅବସରରେ ଶିକ୍ଷା ସାରଣୀ ଓ କାବ୍ୟଚେତନାରେ ପୂର୍ଣ୍ଣଚନ୍ଦ୍ର ଶିର୍ଷକ ଆଲୋଚନାରେ ଡ. ରମାକାନ୍ତ ଭଂଜ, ଗଣେଶ ଚନ୍ଦ୍ର ପରିଡା, କବି କାର୍ତ୍ତିକ ଚନ୍ଦ୍ର ଦାସ, ଜଗେଶ ଚନ୍ଦ୍ର ରାଉଳ, ଶରତଚନ୍ଦ୍ର ପରିଡା, ଇନ୍ଦୁମତି ଗିରି, ରଂଜନ କୁମାର ଘୋଷ, ଚମ୍ପାମଣି ଘୋଷ, ନିକୁଞ୍ଜ ଘୋଷ, ସୁଜାତା ସାମଲ ପ୍ରମୁଖ ଅଂଶ ଗ୍ରହଣ କରି ତାଙ୍କର ୪୦ବର୍ଷର ଶିକ୍ଷକତା ଜୀବନ ଓ କାବ୍ୟକବିତାର ବିଭିନ୍ନ ଅଂଗିକ ଓ ଆତ୍ମିକ ଦିଗ ଉପରେ ସବିଶେଷ ଆଲୋଚନା କରିଥିଲେ । ତାଙ୍କର ଅପ୍ରକାଶିତ ଗ୍ରନ୍ଥ ଓ ଜୀବନୀ ପୁସ୍ତକ ପ୍ରକାଶ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଶ୍ରୀ ନଳିନିକାନ୍ତ ମହାପାତ୍ର ବେଦପାଠ କରିଥିବା ବେଳେ ଗୁରୁଙ୍କ ପୁତ୍ର ବିନୟ କୁମାର ପ୍ରଧାନ କାଯ୍ୟୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ଶେଷରେ ଜ୍ୟୋତିଷ ଚନ୍ଦ୍ର କର ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି ପରିଡା