
ଜଳେଶ୍ୱର(ସମୃଦ୍ଧ ଓଡିଶା)ପ୍ରତିବର୍ଷ ପରି ଚଳିତବର୍ଷ ଦିନକୃଷ୍ଣ ସ୍ମୃତିପରିଷଦର ୪୧ତମ ସାରସ୍ୱତ ବସନ୍ତ ସମାରୋହ ଆସନ୍ତା ୨୯ ତାରିଖ ପୂର୍ବାହ୍ନ ୯.୩୦ମି. ସମୟରେ ନୂଆବଜାରସ୍ଥିତ ଭଂଜଶ୍ରୀ ବିହାର ପରିସରରେ ଅନୁଷ୍ଠିତ ହେବ । ପରିଷଦର ସଭାପତି ଡ. ରମାକାନ୍ତ ଭଂଜଙ୍କ ପୌରହିତ୍ୱରେ ଅନୁଷ୍ଠିତ ଏକ ବୈଠକରେ ସଂପାଦକ ବିପିନ ବିହାରୀ ବିଶ୍ୱାଳ ଯୋଗ ଦେଇ ଏହି ଅବସରରେ ଓଡିଶା ତଥା ପଶ୍ଚିମବଂଗର ବହୁ ପ୍ରତିଷ୍ଠିତ କବି ଓ ଲେଖକ ଯୋଗ ଦେବେ ବୋଲି ପ୍ରକାଶ କରିଥିଲେ । ପଶ୍ଚିମବଂଗରୁ ଭୂପେଷ ଗୁକ୍ତ, ସୁନିଲ ମାଝୀ, ଅଲୋକ ନନ୍ଦୀ ପ୍ରମୁଖ ଯୋଗ ଦେବା ସଂଗେ ସଂଗେ ଓଡିଶାରୁ ପୂର୍ବତନ ସାଂସଦ ଡ. କାର୍ତ୍ତିକେଶ୍ୱର ପାତ୍ର, ବାଲେଶ୍ୱର ପୂର୍ବତନ ଜିଲାପାଳ ଡ ଅଲେଖ ଚନ୍ଦ୍ର ପଢିଆରୀ, ସମାଜସେବୀ ସୁବାସିନୀ ଜେନା, ଇଂ ଅଭୟ ସୁତାର, ଡ. ଭାଗବତ ବେହେରା, ଡ. ସିରିଶ ଚନ୍ଦ୍ର ଜେନା ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ଡ. ଅନନ୍ତ କୁମାର ପରିଡାଙ୍କ ରଚିତ ଫକୀରାମୋହନଙ୍କ ସାହିତ୍ୟରେ ନୀତିବୋଧ ପୁସ୍ତକ ଉନ୍ମୋଚିତ ହେବ । ତେଣୁ ଏଥିରେ କବି, ସାହିତ୍ୟିକ ଓ ସଂସ୍କୃତିପ୍ରେମୀ ଯୋଗଦେବାକୁ ସଂପାଦକ ବିପିନ ବିହାରୀ ବିଶ୍ୱାଳ ନିବେଦନ କରିଛନ୍ତି ।
ରିପୋର୍ଟ : ଭୂପତି