
ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ଗୁରୁବାର ରାତିରେ ଆଲୋକର ପର୍ବ ଯୋଗୁଁ ସମସ୍ତେ ମଜଗୁଲ ଥିବା ବେଳେ ଜଳେଶ୍ୱର ଥାନା ଅନ୍ତର୍ଗତ ଗୋବରଘଟାଠାରେ ଥିବା ଦୁଇ ଗରିବ ଲୋକଙ୍କର ଦୋକାନଘର ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାବେଳେ ଦୋକାନଘରେ ଥିବା ସମସ୍ତ ଆସବାପତ୍ର ଓ ବିକ୍ରି ପାଇଥିବା ମାଲପତ୍ର ପୋଡି ନଷ୍ଟ ହୋଇଯାଇଛି । ଗରିବ ମହିଳା ଶାନ୍ତିଲତା ଦାସ ଓ ଅମର କୁମାର ଦାସଙ୍କ ସର୍ବସ୍ୱ ପୋଡି ଯାଇଥିବାରୁ ତାଙ୍କୁ ସହାୟତା ଯୋଗାଇବାକୁ ଦାବି ହୋଇଛି ।
ରିପୋର୍ଟ : ଭୂପତି ପରିଡା