ଦୀର୍ଘ ୧୦ ବର୍ଷ ପରେ ବଦଳିଲେ ସନାତନ ପଣ୍ଡା:ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ହେଲେ ଅମୂଲ୍ୟ ପ୍ରଧାନ..

ଛତ୍ରପୁର (ସମୃଦ୍ଧ ଓଡିଶା) ଦୀର୍ଘ ୧୦ ବର୍ଷ ପରେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ସନାତନ ପଣ୍ଡାଙ୍କ ବଦଳି ହୋଇଛି । ଗତ କିଛି ଦିନ ତଳେ ପଦୋନ୍ନତୀ ପାଇଥିବା ନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେ ଉଚ୍ଚଶିକ୍ଷା ବିଭାଗକୁ ପଦୋନ୍ନତି ପାଇ ବଦଳି ହୋଇଥିବା କୁହାଯାଉଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲାରେ ଜିଲ୍ଲା ଶିକ୍ଷାଧିକାରୀ ରୂପେ କାର୍ଯ୍ୟକରି ପ୍ରଶଂସିତ ହୋଇଥିବା ଅମୁଲ୍ୟ କୁମାର ପ୍ରଧାନ ଆଜି ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଭାବେ ଜଏନ କରିଛନ୍ତି । ସନାତନ ପଣ୍ଡାଙ୍କ ବଦଳି ପରେ ଏହି ପଦବୀରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ବିନୀତା ସେନାପତି ଦାୟିତ୍ୱରେ ରହିଥିଲେ । ଜଣେ ସରଳ କର୍ତ୍ତବ୍ୟ ନିଷ୍ଠ ଦକ୍ଷ ଶିକ୍ଷା ଅଧିକାରୀ ଶ୍ରୀ ପ୍ରଧାନ ଏଠାରେ ନିଯୁକ୍ତ ହେବା ପରେ ଶିକ୍ଷକ ସମାଜରେ ଆନନ୍ଦର ଲହରୀ ଖେଳିଯାଇଛି । ଏହାକୁ ନେଇ ଶିକ୍ଷାବିତ ଓ ବୁଦ୍ଧିଜୀବୀ ମହଲରେ ପ୍ରସଂଶା କରାଯାଇଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ପଣ୍ଡା