ଗୋପାଳପୁର (ସମୃଦ୍ଧ ଓଡିଶା) ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଆଜି ଗଞ୍ଜାମ ଜିଲ୍ଲା ଭାଜାପା ସଭାପତି ତଥା ପୁରୁଖା ଭାଜାପା ନେତା ବିଭୂତି ଭୂଷଣ ଜେନା ମଧ୍ୟରେ ସାକ୍ଷାତ କାର ସହ ମଧ୍ୟାହ୍ନ ଭୋଜନର ଆୟୋଜନ ନେଇ ଆଗାମୀ ଦିନରେ ଜିଲ୍ଲାରେ ଏକ ବଡ଼ ଧରଣର ରାଜନୈତିକ ସମ୍ମିକରଣ ହେବାର ଆଭାସ ହେଉଥିବା ଜଣାପଡିଛି । ଆଜି ଅଚାନକ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଦିନ ସାଢେ଼ ଗୋଟାଏ ବେଳେ ଗୋଳନ୍ଥରା ଠାରେ ରହୁଥିବା ଭାଜାପା ବରିଷ୍ଠ ନେତା ତଥା ଭାଜାପା ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ବାସଗୃହରେ ପହଞ୍ଚିଥିଲେ । ଏହାସହ ଉଭୟେ ୨ ଘଣ୍ଟା କାଳ ଅପରାହ୍ନ ସାଢେ଼ ତିନିଟା ପର୍ଯ୍ୟନ୍ତ ଉଭୟେ ଜିଲ୍ଲା ସମେତ ରାଜ୍ୟ ରାଜନୀତି, କରୋନା ମୁକାବିଲା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିବା ସହ ଉଭୟ ମଧ୍ୟାହ୍ନ ଭୋଜନ କରିବା ପରେ ସାନଖେମୁଣ୍ଡି ବିଧାୟକ ଶ୍ରୀ ଜେନା ଫେରି ଯାଇଥିଲେ । ଏହା ନେଇ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଥିଲେ ଯେ ସାନ ଭାଇ ବଡ଼ଭାଇର ହାଲଚାଲ ବୁଝିବାକୁ ଆସିଥିବା ସଫେଇ ଦେଇଥିଲେ । ଏହାସହ ସେ ସୂଚନା ଦେଇଥିଲେ ଯେ ଏହା ତାଙ୍କର ସୈଜନ୍ୟ ମୂଳକ ସାକ୍ଷାତ କାର୍ଯ୍ୟକ୍ରମ ଥିଲା । ଆଲୋଚନା ସମୟରେ ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ନେଇ ଆଲୋଚନା କରିଥିବା ଶ୍ରୀ ଜେନା ସୂଚନା ଦେବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଯୋଦ୍ଧା ମାନଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବା, ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ଅଧିକରୁ ଅଧିକ ଟେଷ୍ଟିଂ କରାଇବା ସହ ପଜଟିଭ ଆକ୍ରାନ୍ତଙ୍କୁ ଉପଯୁକ୍ତ ଓ ଉନ୍ନତ ଚିକିତ୍ସା ଯୋଗାଇବା ନେଇ ପ୍ରଶାସନକୁ ଅବଗତ କରାଇବା ପାଇଁ ଆଲୋଚନା ହୋଇଥିବା ପ୍ରକାଶ କରିଥିଲେ । ଏହା ସହ ଅଚାନକ ଜଣେ କଂଗ୍ରେସ ବିଧାୟକଙ୍କ ଭାଜାପା ଜିଲ୍ଲା ସଭାପତିଙ୍କ ଘରକୁ ଆସିବା ନେଇ ପଚାରିବାରେ ସେ ଏହାକୁ ଏକ ବଡ଼ଭାଇକୁ ସାନଭାଇର ସାକ୍ଷାତ ବୋଲି ସଫେଇ ଦେଇଥିଲେ । ଅନ୍ୟପଟେ ଭାଜାପା ବରିଷ୍ଠ ନେତା ତଥା ଗଞ୍ଜାମ ଜିଲ୍ଲା ଭାଜାପା ସଭାପତି ବିଭୂତି ଭୂଷଣ ଜେନାଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଥିଲେ ଯେ ଏକ ସାନଭାଇର ବଡ଼ଭାଇ ପ୍ରତି ରହିଥିବା ସ୍ନେହ ଓ ଶ୍ରଦ୍ଧା ଯୋଗୁଁ ବିଧାୟକ ଶ୍ରୀ ଜେନା ତାଙ୍କ ନିକଟକୁ ଆସିଥିଲେ । ବିଶେଷ କରି କରୋନା ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମେଡିକାଲ ମାନଙ୍କୁ କରୋନା ଟେଷ୍ଟିଂ ନିମନ୍ତେ ଅଧିକ ସଂଖ୍ୟାରେ କିଟ୍ ପ୍ରଦାନ ସହ ସଂକ୍ରମିତ ବ୍ୟକ୍ତିଙ୍କ ବିଷୟରେ ସର୍ବଶେଷ ତଥ୍ୟ ହାସଲ କରି ସେମାନଙ୍କ କୋଭିଡ ଟେଷ୍ଟ କରାଇ ଗୋଷ୍ଠୀ ସଂକ୍ରମଣରୁ ଜିଲ୍ଲା ତଥା ରାଜ୍ୟ ବାସୀଙ୍କୁ ସୁରକ୍ଷିତ ରଖିବା ନେଇ ଆଲୋଚନା ହୋଇଥିବା ପ୍ରକାଶ କରିଥିଲେ । କିନ୍ତୁ ଆଜିର ଏହି ଅଚାନକ ଗଞ୍ଜାମ ଦୁଇ ଜେନା ବ୍ରର୍ଦସଙ୍କ ଆପୋଷ ମିଳାମିଶା ସହ ଦୁହେଁ ମିଶି ମଧ୍ୟାହ୍ନ ଭୋଜନ କରିବା ଗଞ୍ଜାମ ଜିଲ୍ଲା ରାଜନୀତିରେ ନୂତନ ସମିକରଣ ହେବା ନେଇ ରାଜନୈତିକ ଆଲୋଚନା ଜୋର ଧରିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା