
ଜଳେଶ୍ୱର (ସମୃଦ୍ଧ ଓଡିଶା) ନବଗଠିତ କୋଟସାହି ପଂଚାୟତର କେତେକ ରାସ୍ତା ରାଜନୈତିକ କାରଣରୁ ମରାମତି ହୋଇ ପାରୁନଥିବାରୁ ଦୁର୍ଗମ ରାସ୍ତାରେ ପରିଣତ ହୋଇଛି । କେତେକ ବ୍ୟକ୍ତି ବିଭିନ୍ନ କାରଣ ନେଇ ହାଇକୋର୍ଟର ଆଶ୍ରୟ ନେଉଥିବାରୁ ଉନ୍ନୟନ କାର୍ଯ୍ୟରେ ବାଧାସୃଷ୍ଟି ହୋଇ ଆସୁଛି । କୋଟସାହି ଗ୍ରାମ୍ୟରାସ୍ତା ମରାମତି ହୋଇନପାରୁଥିବାରୁ ସେଥିରେ ପାଣି ଜମା ହେଉଛି ଧ କର୍ଦ୍ଦମାକ୍ତ ହେଉଛି । ଗ୍ରାମର କେତେକ ଲୋକ ଏହାର ପ୍ରତିବାଦ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ ପାଇଁ ଧାନ ରୋଇବାର ଦେଖିବାକୁ ମିଳିଛି । କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଆରମ୍ଭ କରିବାକୁ ଦାବି ହେଉଛି ।