ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ କଟକ ଭୁବନେଶ୍ୱର ସମ୍ବଲପୁର ବ୍ରହ୍ମପୁର ଓ ଢ଼େଙ୍କନାଳ

ଭୁବନେଶ୍ୱର:ସାରା ରାଜ୍ୟରେ ଦୁର୍ଗାପୂଜା। ଚଳ ଚଞ୍ଚଳ ହୋଇଉଠିଛି ପଲ୍ଲୀ ଠାରୁ ସହର।ଯୁଆଡେ ଦେଖିବା ଖାଲି ପୂଜାର ମାହୋଲ। କଟକ,ଭୁବନେଶ୍ୱର,ସମ୍ବଲପୁର,ବ୍ରହ୍ମପୁର,ଢେଙ୍କାନାଳରେ ଦଶହରାର ମାହୋଲ ଆହୁରି ଅଧିକା ଆକର୍ଷଣ
। ଭୋଦୁଅ ପରେ ପରେ ଧରଣୀ ରାଣୀକୁ ସବୁଜ ହରିତ ରଙ୍ଗର ଶାଢୀରେ ସଜାଇ,କାଶତଣ୍ଡୀର ଶୁଭ୍ରଟିପାରେ ରଙ୍ଗାଇ ବରଷାରାଣୀ ରାଣୀମା’ ମହାମାୟୀ ଆଦିଶକ୍ତି ଦୁର୍ଗେ ଦୁର୍ଗତୀ ନାଶିନୀଙ୍କ ସ୍ୱାଗତ ସମ୍ଭାର ରଚାଇ ବିଦାୟ ନେଇଛି ଓ ଶରଦର ନିର୍ମଳ ଗଗନରେ ତୋଫା ଚନ୍ଦ୍ରମା ହସି ହସି ମାଆଙ୍କୁ ଓହ୍ଲାଇ ଆଣିଛି ଏ ଆର୍ଯ୍ଯଭୂଖଣ୍ଡକୁ।ନବରାତ୍ରି ପୂଜାରେ ସୁଦୂର ପଲ୍ଲୀରୁ ସହର ଯାଏଁ ଖାଲି ଆନନ୍ଦର କୋଳାହଳମୟ ବାତାବରଣ।ଘରେ ଘରେ ମହାଷ୍ଟମୀ ପୂଜାରେ ମାଆ ଶକ୍ତିଧାତ୍ରୀ ଦୁର୍ଗାଙ୍କୁ ଆବାହନ କରାଯାଉଥିବାଵେଳେ ସାହି,ଗଳି,ବଜାରରେ ମାଆଙ୍କର ମେଢ ଓ ତୋଫା ରଙ୍ଗିନୀ ଆଲୋକମାଳା।ଆହା କି ସୁନ୍ଦର ଦଶହରାର ପୂଜା ମାହାଲ।ଏ ହି ଆମର ସାମାଜିକ ଜୀବନ।ଆସନ୍ତୁ ଉପଭୋଗ କରିବା ଆସ ବୁଲି ଦେଖିବା ମା’ ମହୀଷାସୁର ମର୍ବ୍ଦିନୀ ଦୁର୍ଗେ ଦୁର୍ଗତୀନାଶିନୀଙ୍କ ଦଶହରା ମେଢ କଟକରେ…….

ଢେଙ୍କାନାଳରେ ଦୁର୍ଗାପୂଜା -ଭକ୍ତମାନେ ଦୀପଦାନ କରୁଛନ୍ତି