ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦୁର୍ଗାପୂଜା ନିମନ୍ତେ ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପ-ଜିଲ୍ଲାପାଳ ଓ୍ୱି.କୀର୍ତିୱାସନଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚଳିତ ବର୍ଷ କୋଭିଡ଼ –୧୯ କଟକଣାରେ କିପରି ପୂଜା ଅନୁଷ୍ଠିତ ହେବ, ପୂଜା ପେଣ୍ଡାଲ ଗୁଡିକ ତିନି ଦିଗରୁ ବନ୍ଦ କରି ରଖିବେ, ଜନସାଧାରଣ ଠାକୁର ଦର୍ଶନକୁ ବାରଣ କରାଯାଇଛି, ମୂର୍ତି ଗୁଡିକ ୪ ଫୁଟ ରହିବ, ଡାକବାଜିଯନ୍ତ୍ରର ବ୍ୟବହାର ହେବ ନାହିଁ, ପୂଜା ମଣ୍ଡପ ନିକଟରେ ପୂଜାରୀ ଓ ଆୟୋଜକ ମାନଙ୍କୁ ମିଶାଇ ସମୁଦାୟ ୭ ଜଣ ରହି ପାରିବେ, ସମସ୍ତେ ପ୍ରଶାସନିକ ନିୟମ ପ୍ରକାରେ ସାମାଜିକ ଦୂରତା, ମାସ୍କ, ସାନିଟାଇଜର ବ୍ୟବହାର ସହ ପରିଷ୍କାର ପରିଛନ ରଖିବେ, ମଣ୍ଡପରେ ସି.ସି.କେମେରା ଲଗାଇବେ, ପ୍ରଶାସନ ତରଫରୁ ବିଦ୍ୟୁତ କରଣ ଯୋଗାଇ ଦିଆଯିବ, ମୂର୍ତି ବିସର୍ଜନରେ ଶୋଭାଯାତ୍ରା ମନା, ପ୍ରଶାସନର ନିୟମ ଅନୁସାରେ ପୂଜା କରିବାକୁ କୁହାଯାଇଥିଲା । କିପରି ଶାନ୍ତି ଶୃଙ୍ଖଳାରେ ପୂଜା ଅନୁଷ୍ଠିତ ହେବ ସେଥି ନିମନ୍ତେ ପୂଜା କମିଟି ସଦସ୍ୟ ମାନଙ୍କୁ ଅନୁରୋଧ କରାଯାଇଥିଲା । ଏହି ବୈଠକରେ ମହାନଗର ଡେପୁଟି କମିଶନର ରମାଞ୍ଚଳ ଖମାରୀ, ବ୍ରହ୍ମପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ମିଶ୍ର, ସଦର ଏସ୍.ଡି.ପିଓ ବିଷ୍ଫୁ ପ୍ରସାଦ ପତି, ତହସିଲଦାର ସିପକ କୁମାର ପାତ୍ର, ଡେପୁଟି କଲେକ୍ଟର ପଞ୍ଚାନନ ପାତ୍ର, ପ୍ରଦିପ କୁମାର ମହାରଣା ସମେତ ପୂଜା କମିଟିର ସଭାପତି ଓ ସଂପାଦକ ମାନେ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା