ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲା କିସ ଫାଉଣ୍ଡେସନ

ଭୁବନେଶ୍ୱର ( ଆକାଶ ମିଶ୍ର ) –ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ କିସ ଫାଉଣ୍ଡେସନ ସହାୟତାର ହାତ ବଢ଼ାଇଛି । ସେପ୍ଟେମ୍ବର ୫ତାରିଖରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଂଚଳରେ ଏକ ସଡ଼କ ଦୁର୍ଘଟଣାରେ ପଙ୍କପାଳ ମଂଟୁପାଟଣା ଗ୍ରାମର ପରୀକ୍ଷିତ ଶତପଥୀ ଏବଂ ପୁତ୍ର ଅଭିଷେକଙ୍କ ସହ ଅନ୍ୟ ଜଣେ ବ୍ୟକ୍ତି ବୈଦ୍ୟନାଥ ନାୟକଙ୍କ ମୃତୁ୍ୟ ଘଟିଥିଲା । ଏହି ଘଟଣା ଜାଣିବା ପରେ କିଟ ଓ କିସ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ଗଭୀର ଶୋକ ବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ । ଏହି ଦୁଇ ପରିବାରକୁ ଶ୍ରୀ ସାମନ୍ତ ସହାୟତାର ହାତ ବଢ଼ାଇଛନ୍ତି । ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଶ୍ରୀ ସାମନ୍ତ ନିଜ ବାସ ଭବନକୁ ସ୍ୱର୍ଗତ ପରୀକ୍ଷିତ ଶତପଥୀଙ୍କ ପରିବାର ସଦସ୍ୟଙ୍କୁ ଡାକି କିସ ଫାଉଣ୍ଡେସନ ପକ୍ଷରୁ ୨ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସ୍ୱର୍ଗତ ଶତପଥୀଙ୍କ ପନôୀ ମମତା ଶତପଥୀ ଓ ତାଙ୍କ ଦୁଇ କନ୍ୟା ଶ୍ରୀ ସାମନ୍ତଙ୍କ ବାସଭବନରେ ପହଂଚି ତାଙ୍କଠାରୁ ୨ଲକ୍ଷ ଟଙ୍କାର ଚେକ ଗ୍ରହଣ କରିଥିଲେ ଏବଂ ତାଙ୍କର ଦୁଇ କନ୍ୟାଙ୍କ ଶିକ୍ଷା ଏବଂ ଚାକିରି ଦାୟିତ୍ୱ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ଶ୍ରୀମତୀ ଶତପଥୀ ତାଙ୍କ ପ୍ରତିକ୍ରିୟାରେ ଶ୍ରୀ ସାମନ୍ତ ଓ କିସ ଫାଉଣ୍ଡେସନ୍‍କୁ କୃତଜ୍ଞତା ଜଣାଇଥିଲେ । ଶ୍ରୀ ସାମନ୍ତଙ୍କ ଭଳି ଜଣେ ଭଲ ଲୋକ ଆଜିର ସମାଜରେ ବିରଳ ବୋଲି ସେ କହିଥିଲେ । ତାଙ୍କର ଏହି ସହାୟତା ମୋତେ ଓ ମୋର ଦୁଇ କନ୍ୟାଙ୍କୁ ଆଗକୁ ବଢ଼ିବା ପାଇଁ ବଳ ଯୋଗାଇଛି ସେ କହିଥିଲେ ।