ଦୁର୍ନୀତି ଓ ଯୌନ ନିର୍ଯାତନା ଅଭିଯୋଗରେ ରାୟଗଡ଼ା ଡିଏଫଓ ନିଲମ୍ବିତ…

ରାୟଗଡ଼ା (ସମୃଦ୍ଧ ଓଡିଶା) ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ସରକାରୀ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ରାୟଗଡ଼ା ଫରେଷ୍ଟ ଡ଼ିଭିଜନର ଡିଏଫଓ ଓଏଫଏସ ଦେବାର୍ଚ୍ଚନ ବେହେରାଙ୍କୁ ରାଜ୍ୟ ସରକାର ଚାକିରିରୁ ନିଲମ୍ବନ କରିଛନ୍ତି । ତାଙ୍କ ବିରୋଧରେ ଦୁର୍ନୀତି ସହିତ ବହୁ ଗୁରୁତର ଅଭିଯୋଗ ଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସଚୂନା ମିଳିଛି । ସରକାରୀ କୋଠା ନିର୍ମାଣ ଓ ରକ୍ଷଣାବେକ୍ଷଣ, ବାମ୍ବୋ କଟେଜ ନିର୍ମାଣ, ଗୋଦାମ ସାମଗ୍ରୀ କ୍ରୟ କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ନେଇ ତାଙ୍କ ବିରୋଧରେ ଅଭିଯୋଗ ଥିଲା । ଜଣେ ଉଚ୍ଚପଦସ୍ଥ ଅଧିକାରୀ ଭାବେ ଦାୟିତ୍ୱରେ ଥାଇ ମଧ୍ୟ କାର୍ଯ୍ୟକ୍ଷେତ୍ରରେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ଏଭଳି ଅଭିଯୋଗ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ । ଏଥିସହିତ ତାଙ୍କ ବିରୋଧରେ ଆହୁରି ଅନେକ ଗୁରୁତର ଅଭିଯୋଗ ଥିବାବେଳେ ଏସବୁର ତଦନ୍ତ ଚାଲିଛି ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ