— ଦୂରଦୃଷ୍ଟି —

ମଣିଷର ଅନ୍ଦାଜ଼ ଓ ଗ୍ରହଣୀୟତା ମଧ୍ୟରେ ସନ୍ନିବିଷ୍ଟ ନିଜର ଦୂରଦୃଷ୍ଟି ଯାହା ପ୍ରାୟତଃ ସମସ୍ତଙ୍କର ଭିନ୍ନ ହୋଇଥାଏ ! ଦୂରଦୃଷ୍ଟିର ପରିମାପକ ନିର୍ଦ୍ଧାରଣ କରାଯିବା ମୂଳ ପିଣ୍ଡସମ୍ପୃକ୍ତ ମଣିଷର ଭାବଧାରା ଓ ଗ୍ରହଣୀୟତା ଉପରେ ନିର୍ଭର ଯାହାଆଂଶିକ ପରିପାର୍ଶ୍ଵିକ ହୋଇଥିବା ବେଳେ ଅଧିକାଂଶ ଜନ୍ମଗତ ! ସାଧାରଣତଃ ଜଣେ ମଣିଷର ଦୂରଦୃଷ୍ଟି ତାହାର ଅନ୍ତର୍ନିହିତ ଜ୍ଞାନର ବିକାଶଧାରା ତଥା ମାନସିକ ଦୃଢ଼ତା ଉପରେ ନିର୍ଭର କରିଥାଏ । କୌଣସି ମଣିଷର ଦୂରଦୃଷ୍ଟି ଅର୍ଥାତ ଭବିଷ୍ୟ ନିର୍ଦ୍ଧାରଣ କ୍ଷମତା ତା’ର ନିଜସ୍ୱ ଅର୍ଜିତ ଜ୍ଞାନ ଉପରେ ନିର୍ଭର କରିଥାଏ ଯାହା ଆଂଶିକ ଭାବେ ପରିପାର୍ଶ୍ଵିକ ପରିସ୍ଥିତି, ଅବସ୍ଥିତି ଜନିତ ଗୋଚର ବିଷୟରୁ ହୋଇଥିବା ବେଳେ ଅଧିକାଂଶ ଜନ୍ମଗତ ତଥା ବଂଶଜ ଗୁଣ, ଧର୍ମ ଜନିତ ହୋଇଥାଏ । ପରିପାର୍ଶ୍ଵିକ ଶୈଖିକ ପରିବେଶ ମଧ୍ୟରୁ ମଣିଷ ଯେତିକି ଶିକ୍ଷା ଆହରଣ କରିଥାଏ ତନ୍ମଧ୍ୟରୁ କିଛି ଅଂଶ ନିଜର ଜ୍ଞାନ ବିକାଶରେ ସାହାଯ୍ୟ କରୁଥିବା ବେଳେ ଅଧିକାଂଶ ଭାବଧାରା ମଣିଷର ଜିନ୍‌ଗତ ହୋଇଥାଏ । ଅର୍ଥାତ ଜଣେ ଶିକ୍ଷିତ ମଣିଷର ଦୂରଦୃଷ୍ଟି ଅଧିକ ହେବା ନିଶ୍ଚିତତା ନଥାଏ ଯାହା ଜଣେ ଅଶିକ୍ଷିତଚତୁର ମଣିଷ ବନାମ ଦେଖିବାକୁ ମିଳେ ସମାଜରେ ଯାହା ଆମେ ସମସ୍ତେ ଦେଖୁଛେ । ସଠିକ୍ ଆକଳନ କରାଗଲେ ଅନେକ କ୍ଷେତ୍ରରେ ସଂଖ୍ୟା ଗରିଷ୍ଠ ଶିକ୍ଷିତଙ୍କ ଅପେକ୍ଷା ସମାଜର ବିଭିନ୍ନ କ୍ଷେତ୍ରରେ ନିୟୋଜିତ ଅନ୍ୟାନ୍ୟ ଚତୁରଙ୍କ ଦୂରଦୃଷ୍ଟି ଯଥେଷ୍ଟ ଅଧିକ ରହିଥିବା ଈ କରିହେବ । ଉଦାହରଣ ସ୍ୱରୂପ ଜଣେ ଶିକ୍ଷିତ ଚାକିରିଆ ତୁଳନାତ୍ମକ ଅଶିକ୍ଷିତ ବ୍ୟବସାୟୀର ଦୂରଦୃଷ୍ଟି ଯଥେଷ୍ଟ ଅଧିକ ରହିଥିବା ଦେଖିବାକୁ ମିଳିବ ସ୍ଥଳ ବିଶେଷକୁ ନେଇ । ଜଣେ ଶିକ୍ଷିତ ମଣିଷର ନିଜସ୍ୱ ଅର୍ଜିତ ଶିକ୍ଷା ଉପରେ ଆଧାରିତ ଦୂରଦୃଷ୍ଟି ସେହି ଶିକ୍ଷା ଉପରେ ପାରଙ୍ଗମ ନଥିବା ଅନ୍ୟଜଣେ ମଣିଷ ତୁଳନାତ୍ମକ ଅଧିକ ହେବା ସମ୍ଭାବନା ରହିଥିବା ବେଳେ ତାହାର କୌଣସି ନିଶ୍ଚିତତା ନଥାଏ । କାରଣ ଶିକ୍ଷା ଏକ ସୀମିତ ବଳୟ ମଧ୍ୟରେ ମଣିଷର ଭାବଧାରା ସୃଷ୍ଟି କରିଥାଏ ଯାହା ଅନ୍ୟଜଣେ ମଣିଷଦଐ । କିନ୍ତୁ ଚତୁରତା ଏକ ପ୍ରକୃତିଦଐ ଚରିତ୍ର ଯାହା ମଣିଷକୁ ଅନ୍ତର୍ଜ୍ଞାନୀ କରିଥାଏ । ଚତୁରତା ଶିକ୍ଷାରୁ ଆସିନଥାଏ । ଚତୁରତା ସମ୍ପୃକ୍ତ ମଣିଷର ଗୋଟିଏ ବଂଶଗତ ଜନ୍ମଗତ ଗୁଣ ! ତେଣୁ ଅଧିକାଂଶ କ୍ଷେତ୍ରରେ ଶିକ୍ଷିତ ଅପେକ୍ଷା ଅଶିକ୍ଷିତ ହେଲେ ମଧ୍ୟ ଚତୁର ମଣିଷଙ୍କ ଦୂରଦୃଷ୍ଟି ଯଥେଷ୍ଟ ସୁଦୃଢ଼ ଦେଖିବାକୁ ମିଳେ । ମଣିଷ ନିଜର ଦୂରଦୃଷ୍ଟି କ୍ଷମତାକୁ ସ୍ୱତଃପ୍ରବୃଐ ଭାବେ ବୃଦ୍ଧି କରିବାକୁ ଈ୍ୟରଖି ନିଜର ବିଚାରଶୀଳ କ୍ଷମତା ତଥା ଗ୍ରହଣୀୟତାକୁ ତର୍କଶୀଳ ଅନୁଶୀଳନ ମାଧ୍ୟମରେ ସବୁବେଳେ ଦେଖିଲେ ହୁଏତ କେତେକାଂଶରେ ତାହାର ବୃଦ୍ଧି ହେବା ସମ୍ଭାବନା ରହିଥାଏ । ପ୍ରାକୃତିକ ତଥା ଜନ୍ମଗତ ଚତୁରତା ନଥିଲେ ମଧ୍ୟ ନିଜସ୍ୱ ଇଛାଶକ୍ତି ମାଧ୍ୟମରେ ମଣିଷ ତାହାର ଚତୁରତା ବୃଦ୍ଧି କରିପାରିବା ଭଳି କ୍ଷମତା ପ୍ରାୟତଃ ରହିଥାଏ ମଣିଷ ମସ୍ତିଷ୍କରେ । କିନ୍ତୁ ସେହି କ୍ଷମତାର ଉପଯୋଗ କରିବାକୁ ହେଲେ ପ୍ରବଳ ଇଛାଶକ୍ତି ସହିତ ନିରୀକ୍ଷଣ, ଅନୁଶୀଳନ ଏବଂ ଧ୍ୟାନ ମାଧ୍ୟମରେ ତାକୁ ଅକ୍ତିଆର କରିହେବ ଯାହା କେହି କରନ୍ତି ନାହିଁ । କାରଣ ଆଜିର ଏହି ଅପ୍ରାକୃତିକ ଭାବଧାରା ବିଶିଷ୍ଟ ଅମାନୁଷିକ ମଣିଷ ସମାଜରେ ସମସ୍ତେ ପ୍ରାୟତଃ ନିଜକୁ ସୌଖିନ ଦୁନିଆରେ ରଖି କୌଣସି କର୍ମ ନକରି ଅଧିକ ଉପାର୍ଜନ କ୍ଷମ ହେବାରେ ବ୍ୟସ୍ତ । ତେଣୁ ପ୍ରାୟତଃ ସମସ୍ତ କ୍ଷେତ୍ରରେ କେବଳ ଗୋଟିଏ ଅମୋଘ ଅସ୍ତ୍ର ବ୍ୟବହାର କରାଯାଉଥିବା ଦେଖିବାକୁ ମିଳୁଛି ଯାହାକୁ କୁହାଯାଏ ମିଛ । ଅର୍ଥାତ ପ୍ରତ୍ୟେକ ସମୟରେ ଜଣେ ଅନ୍ୟକୁ ମିଛ କହି ନିଜସ୍ୱ ସ୍ୱାର୍ଥ ହାସଲ କରିବାରେ ବ୍ୟସ୍ତ ବହୁଳ ଆଜିର ସମାଜ ନିଜର ଦୂରଦୃଷ୍ଟି କ୍ଷମତା ବୃଦ୍ଧି କରିବା ଚିନ୍ତା ନକରି କେବଳ ତତ୍‌କ୍ଷଣାତ ସ୍ୱାର୍ଥ ହାସଲ କରିବାରେ ବ୍ୟସ୍ତ । ତେଣୁ ଏହି ପ୍ରକାଣ୍ଡ ମିଛ ପ୍ରବାହିତ ମଣିଷ ସମାଜରେ ନିଜର ଦୂରଦୃଷ୍ଟି ସଚେତନ କରିବା କ୍ଷମତା ବୃଦ୍ଧି କରିବା ଅସମ୍ଭବ । କାରଣ ମିଛ ମଣିଷକୁ ଅଜ୍ଞାନ କରିଥାଏ, ଏବଂ ଅଜ୍ଞାନ ମଣିଷ ସବୁବେଳେ ମିଛର ସାହାର ନେଇଥା’ନ୍ତି କୌଣସି ମତେ ସମାଜରେ ବଞ୍ଚିବା ପାଇଁ । ତେଣୁ ମିଥ୍ୟାବାଦିତା ମଣିଷକୁ ଦିନକୁ ଦିନ ଅଜ୍ଞାନର ଚରମ ଶୀର୍ଷରେ ପହଂଚାଇବା ସହିତ ସମସ୍ତ ମଣିଷକୁ କ୍ଷଣ କୋପି ତଥା ଅହଂକାରରେ ଭୂଷିତ କରି ଚାଲିଥିବା ଆଜିକା ସମାଜର ଏକ ଦୁଖଦଃ ପରିସ୍ଥିତି । କାହା କଥାରେ କିମ୍ବା କୌଣସି ସୂତ୍ରରୁ ପ୍ରବାହିତ ବିଷୟକୁ ସିଧାସଳଖ ଗ୍ରହଣ ନକରି ସବୁବେଳେ ତର୍କଶୀଳ ବିଚାର ରଖୁଥିବା ମଣିଷଙ୍କ ଦୂରଦୃଷ୍ଟି ଯଥେଷ୍ଟ ଉତ୍କୃଷ୍ଟ ମାନର ହୋଇଥାଏ । ସାଧାରଣତଃ ମଣିଷର ମାନସିକ ଆଳସ୍ୟ କୌଣସି ବିଷୟକୁ ତର୍କଶୀଳ ନକରି ସିଧା ସଳଖ ଗ୍ରହଣୀୟତାର ଅନୁମତି ପ୍ରଦାନ ପୂର୍ବକ ନିଜକୁ ଅଜ୍ଞାନ କରିଚାଲିଥିବା ମଣିଷଙ୍କ ସଂଖ୍ୟା ହିସାବ ବହିର୍ଭୁତ ! ତେଣୁ ମିଥ୍ୟାବାଦୀତା ଆଜି ସମୟର ଉଚ୍ଚାସନ ଅଳଙ୍କୃତ କରୁଥିବା କେହି ଅସ୍ୱୀକାର କରିପାରିବେ ନାହିଁ । କାରଣ ସମସ୍ତେ ସେଇଥିରେ ବନ୍ଧା । ଆଉ ସବୁଠାରୁ ଆଶ୍ଚର୍ଯ୍ୟ ଜନକ ପରିସ୍ଥିତି ଏହାଯେ, ଆଜି ସମୟରେ ପ୍ରାୟତଃ ସମସ୍ତ ମଣିଷ ମିଥ୍ୟକୁ ସତ୍ୟ ଏବଂ ସତ୍ୟକୁ ମିଥ୍ୟା ଭାବେ ଗ୍ରହଣ କରିଥା’ନ୍ତି ଯାହା ସେମାନଙ୍କ ଭାବ ବହିର୍ଭୁତ ବିଷୟ ହୋଇପଡିଛି । ଉପଯୁକ୍ତ ଅନୁସନ୍ଧାନ, ନିରୀକ୍ଷଣ କଲେ ଏହି କଥାର ସତ୍ୟତା ଜାଣିହେବ । ତେଣୁ ସତ୍ୟର ଉନ୍ମୋଚନ ପୂର୍ବକ ନିଜର ଗ୍ରହଣୀୟତାକୁ ତର୍କଶୀଳ କରାଇ ପାରିଲେ ଯେ ମଣିଷର ଦୂରଦୃଷ୍ଟି ଯଥେଷ୍ଟ ମାତ୍ରାରେ ବୃଦ୍ଧି ହୋଇ ନିଜର ଜୀବନ ଶୈଳୀକୁ ସରଳ ସୁନ୍ଦର କରିହେବ ସେଇଥିରେ ତିଳେହେଲେ ଦ୍ୱିଧା ନାହିଁ । ମିଥ୍ୟା ସମ୍ଭାଷଣ ଏବଂ ମିଥ୍ୟା ବଚନରୁ ନିଜକୁ ଦୁରେଇ ରଖିପାରିଲେ ଉନ୍ନତ ଦୂରଦୃଷ୍ଟି କ୍ଷମତା ସମ୍ପନ୍ନ ହେବା ସମ୍ଭାବନା ଯଥେଷ୍ଟ ଅଧିକ । କିନ୍ତୁ ନିର୍ଭର କରୁଛି ନିଜସ୍ୱ ବିଚାରଧାରା ଏବଂ ଆଗ୍ରହ ଉପରେ ।

ପଙ୍କଜ କୁମାର ପାଣିଗ୍ରାହୀ
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଞ୍ଜାମ.