ଦୂର୍ଘଟଣା ରୋକିବା ପାଇଁ ଦିଗପହଣ୍ଡି ସହରରେ ଲାଗିଲା ରେଡ୍ ଲାଇଟ୍ ଆଲର୍ଟ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ସମ୍ପ୍ରତ୍ତି ଦିଗପହଣ୍ଡି ସହରରେ ଦିନକୁ ଦିନ ଦୂର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଯେ କୌଣସି କାରଣରୁ ଦୂର୍ଘଟଣା ଘଟି ମୃତାହତ ଘଟୁଥିବା ବେଳେ ଏସବୁକୁ ରୋକିବା ପାଇଁ ଜନସାଧାରଣଙ୍କ ପକ୍ଷରୁ ଦୀର୍ଘ ଦିନରୁ ଦାବୀ ହୋଇ ଆସୁଥିଲା । ବିଶ୍ୱ ବ୍ୟାଙ୍କ ଆନୁମୋଦନରେ ସହରର ମୁଖ୍ୟ ରାସ୍ତା ସମ୍ପ୍ରସାରଣ ହେବା ପରେ ରାସ୍ତା ଏବେ ଚକାଚକ୍ ଏବଂ ପକ୍କା ହୋଇ ହୋଇଯାଇଛି । ସହରରର ମୁଖ୍ୟ ରାସ୍ତାକୁ ଦୁଇ ଭାଗରେ ବିଭକ୍ତ କରିଦିଆଯାଇ ଡିଭାଇଡର୍ କରାଯାଇଛି । ପୁଞ୍ଜିକୟାଁ ଚାରିଛକରେ ବିଶେଷ କରି ଦୂର୍ଘଟଣାର ମାତ୍ରା ବୃଦ୍ଧି ପାଉଥିବାରୁ ସେଠାରେ ସମ୍ପ୍ରତ୍ତି ଦୂର୍ଘଟଣା ରୋକିବା ପାଇଁ ରେଡ୍ ଲାଇଟ୍ ଖଞ୍ଜାଯାଇଥିବା ଦେଖିବାକୁ ମିଳିଛି । ଚାରିଛକରର ଚାରି ମୁଖ୍ୟ ରାସ୍ତା ପାଶ୍ୱର୍ରେ ଏହି ରେଡ୍ ଲାଇଟ୍ ସବୁ ଖଞ୍ଜାଯାଇଛି । ଦୂରରୁ ଯାନବାହାନ ଚାଳକ ଜଣକ ଏହି ରେଡ୍ ଲାଇଟ୍ ଦେଖି ଗାଡିର ବେଗ କମାଇବା ସହିତ ଜନବସତି ରହିଥିବା ସତର୍କ ସୂଚନା ପାଇବା ପାଇଁ ଏହି ରେଡ୍ ଲାଇଟ୍ ସ୍ଥାପନ ହୋଇଥିବା ସୂଚନା ମିଳିଛି । ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଦୂର୍ଘଟଣା ସଂଖ୍ୟା କମାଇବା ପାଇଁ ଏହି ପ୍ରୟାସକୁ ସର୍ବତ୍ର ପ୍ରଶଂସା କରାଯାଇଛି । ତେବେ ମୁଖ୍ୟରାସ୍ତାରେ ଡିଭାଇଡର୍ ରହିଥିବା ବେଳେ ଲୋକେ ରଙ୍ଗ୍ ରୁଟ୍ରେ ହିଁ ପ୍ରାୟତଃ ଯାଆସ କରୁଥିବା ଦେଖିବାକୁ ମିଳିଛି । ରଙ୍ଗ୍ ରୁଟ୍ରେ ଯାତାୟତ ନେଇ କାର୍ଯ୍ୟାନୁଷ୍ଠାନ ଏବଂ ରାସ୍ତା ଉପରେ ବୁଲା ଗାଈ ଗୋରୁ ମଇଁଷି ଖଚର ଗଧ କୁକୁର ଆଦିଙ୍କ ଅବାଧ ପ୍ରବେଶକୁ ରୋକିଦିଆଗଲେ ଦୂର୍ଘଟଣା ମାତ୍ରା ବହୁ ପରିମାଣରେ କମିଯିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା