ଦେଓଗାଁ ପ୍ରାଥମିକ ବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଦେଓଗାଁ ପ୍ରାଥମିକ ବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଛି ।  ଜାତୀୟ ପୁରସ୍କାର ପ୍ରାପ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରିହର ସାହୁଙ୍କ ତତ୍ତ୍ଵାବଧାନରେ କପିଳାସ ବିଜ୍ଞାନ କେନ୍ଦ୍ର ଦ୍ଵାରା ଆୟୋଜିତ ଏହି ରାଷ୍ଟ୍ରୀୟ ଏକତା ଦିବସ ଶୋଭାଯାତ୍ରା ଦେଓଗାଁ ପରିକ୍ରମା କରିଥିଲା । ବିଜ୍ଞାନ କେନ୍ଦ୍ର ଅଧିକାରୀ ଚନ୍ଦ୍ର ଶେଖର ବହୁମୁଖୀ ଶିକ୍ଷା ନିକେତନର ସ୍କାଉଟ ଶିକ୍ଷକ ଓ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ, ଛାତ୍ରଛାତ୍ରୀମାନେ ସମସ୍ତେ ଏଥିରେ ସାମିଲ ହୋଇଥିଲେ ।                                                                             (ରିପୋର୍ଟ : ଶୁଭମ ପାଣି)