ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗଁଦିଆ ବ୍ଲକର ଦେଓଗାଁ ପ୍ରାଥମିକ ବିଦ୍ୟାଳୟରେ ୫ମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ହରିହର ସାହୁଙ୍କ ଅଧ୍ୟକ୍ଷତାରେ ଆଜି କରାଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଷ୍ଟାବ୍ରେଙ୍ଗ କମିଟି ଅଧ୍ୟକ୍ଷ ତଥା ଗ୍ରାମ ପଞ୍ଚାୟତ ସରପଂଚ ଶ୍ରୀମତୀ ସାଗରିକା ସାହୁ, ସମ୍ମାନିତ ଅତିଥି ରୂପେ ପରିଚାଳନା କମିଟି ସଭାପତି ଗଙ୍ଗାଧର ବାରିକ, ପରିଚାଳନା ପରିଷଦ ସଭ୍ୟ, ସୁବାଷ ଚନ୍ଦ୍ର ଦାସ, ହରେକୃଷ୍ଣ ସାହୁ, ପ୍ରକାଶ ସେଠି ଉପସ୍ଥିତ ହୋଇ ଉଦବୋଧନ ଦେଇଥିଲେ । ୫ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୁଶ୍ରୀ ସୁଭଦ୍ରା ଷଡ଼ଙ୍ଗୀ ଶ୍ରୀୟା ଶୁଚିସ୍ମିତା ଖଟୁଆ ନିଜ ନିଜର ୫ ବର୍ଷର ଅନୁଭୂତିକୁ ପ୍ରକାଶ କରିଥିଲେ । ଏହି ବିଦ୍ୟାଳୟ ତାଙ୍କ ଜୀବନର ମାର୍ଗଦର୍ଶକରେ ଅନେକ ଭୂମିକା ଗ୍ରହଣ କରିଥିବା ବକ୍ତବ୍ୟ ରଖିବା ସହିତ ପ୍ରୟ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଶିକ୍ଷାଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ୨୦୧୮-୧୯ ବର୍ଷ ପାଇଁ ବିଦ୍ୟାଳୟ ଶିକ୍ଷୟତ୍ରି ଶାନ୍ତିଲତା ଦାସଙ୍କୁ ଶ୍ରେଷ୍ଠ ଶିକ୍ଷୟତ୍ରୀ ରୂପେ ମାନପତ୍ର, ଉପଢ଼ୌଙ୍କନ ଓ ଉପହାର ଦେଇ ସବର୍ଦ୍ଧନା କରାଯାଇଥିଲା । ଶିକ୍ଷୟତ୍ରୀ ମମତା ବେହୁରି, ପ୍ରଜ୍ଞା ସାଗରିକରେ ସ୍ୱାଇଁ ସହଯୋଗ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି