

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗଁଦିଆ ବ୍ଲକର ଦେଓଗାଁ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବିଦ୍ୟଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଂଚ ଶ୍ରୀମତୀ ସାଗରିକା ସାହୁ ଓ ସମ୍ମାନିତ ଅତିଥି ଭାବେ ପରିଚାଳନା ପରିଷଦ ସଭାପତି ଗଙ୍ଗାଧର ବାରିକ ଯୋଗ ଦେଇ ପାଷାକ ବଣ୍ଟନ କରିଥିଲେ । ଏହାସହ ପରିଚାଳନା କମିଟି ସଦସ୍ୟ ସନ୍ତୋଷ ପ୍ରଧାନ ଓ ରେବତୀ ନାଏକ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସିସି ଶାନ୍ତିଲତା ଦାସ, ମମତା ଦେହୁରୀ, ସାଗରିକ ସ୍ୱାଇଁ, ନାମିତା ପ୍ରତା ସାହୁ ସହଯୋଗ କରିଥିଲେ । ଏହି ଅବସରରେ ୧୫୪ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା ବୋଲି ପ୍ରଧାନଶିକ୍ଷକ ହରିହର ସାହୁ ଜଣାଇଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି
