ଦେଓଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗଁଦିଆ ବ୍ଲକର ଦେଓଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ଜୟଦେବ ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗଁଦିଆ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ହୃଷିକେଶ ବାରିକ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଜାତିର ଜନକ ମହାତ୍ମାଗାନ୍ଧୀ ଓ ଉତ୍କଳମଣି ଗୋପବନ୍ଧୁ ଦାସ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ‘ସୁରଭି’ ଅନ୍ତର୍ନିହିତ କଳାର ମାଧ୍ୟମ ବୋଲି ଅଭିମତ ପ୍ରଦାନ କରିବା ସହିତ ସମସ୍ତଙ୍କ ସହଯୋଗରେ ଛାତ୍ରଛାତ୍ରୀଙ୍କୁ ଅନ୍ତର୍ନିହିତ କଳାର ଅଭିବୃଦ୍ଧି ହେବ ବୋଲି ମତ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ରୂପେ ପରିଚାଳନା ପରିଷଦ ସଭାପତି ଗଙ୍ଗାଧର ବାରିକ ଯୋଗଦେଇ ଉଦବୋଧନ ଦେଇଥିଲେ । ବିଚାରପତି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ଦଣ୍ଡଧର ସାହୁ, ସମାଜସେବୀ ରା଼ପକ ମହାରଣା, ଅହେ ଶିକ୍ଷକ ଶତ୍ରୁଘନ ସାହୁ, ପ୍ରଧାନ ଶିକ୍ଷକ ହରିହର ସାହୁ ଓ ସୁଦର୍ଶନ ପରିଡା ଯୋଗଦେଇ ମୂଲ୍ୟାୟନ କରିଥିଲେ । ବିତର୍କରେ ଆଦ୍ୟା ଅର୍ପିତ ପରିଡା, ଭାଷଣରେ ବରିଷ୍ଠ ସୁଜିତ କୁମାର ସାହୁ, କନିଷ୍ଠ ପାଉଁରା ମାରାଣ୍ଡି, ସଙ୍ଗୀତ ବରିଷ୍ଠ ଧାନୀ ମୁମୁ, କନିଷ୍ଠ ସବିତା ମାରାଣ୍ଡି, ସୃଜନ ଶାଳ ଲିଖନ ବରିଷ୍ଠ ସୁଜିତ କୁମାର ସାହୁ, କନିଷ୍ଠ ପି.ମୋନାଲିସା ଦୋରା, ଓଷାଅଜଶ ବରିଷ୍ଠ ବରପ୍ରସାଦ ସାହୁ, କନିଷ୍ଠ ଅର୍ଜିତ ଅମ୍ଲାନ ପରିଡା, ଓଡ଼ିଆ ହସ୍ତାକ୍ଷର ଅର୍ପିତା ମହାପାତ୍ର, ଚିତ୍ରାଙ୍କନ ବରିଷ୍ଠ ସାଗରୀକା ଝୁତୁ, କନିଷ୍ଠ ମଞ୍ଜୁଲତା ଡାମୁଣ୍ଡା, ପ୍ରବନ୍ଧ ବରିଷ୍ଟ ମମତା ସ୍ୱାଇଁ, ଦଳଗତ ନୃତ୍ୟ ପ୍ରଥମ କପିଳାସ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ୨ୟ ଚନ୍ଦ୍ର ଶେଖରଚାଉ ସରକାରୀ ଉଚ୍ଚ ବିଦ୍ୟାଳୟ, ତୃତୀୟ ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାନ ଅଧିକାର କରିଛନ୍ତି । ମଧ୍ୟାହ୍ନ ଭୋଜନରେ ସାଗରୀକା ଝୁତୁ ଇଂରାଜୀ ବକ୍ତବ୍ୟରେ ରୋଶନ ସାହୁ ସ୍ୱତନ୍ତ୍ର ଭାବେ ପୁରସ୍କାର ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ରଥ, ଶାନ୍ତିଲତା ଦାସ, ମମତା ଦେହୁରୀ, ନମିତା ପ୍ରଣ ସାହୁ, ସଜ୍ଞା ସାଗରିକା ସ୍ୱାଇଁ, ପ୍ରାକ୍ତନ ସଭ୍ୟ ପ୍ରକାଶ ସେଠି, ବାଇଧର ପତି, ଶିକ୍ଷକ ବିଦ୍ୟାଧର ପରିଡା ସହଯୋଗ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ନୂତନ ପାନୀୟଜଳ ଟ୍ୟାପକୁ ଗୋଷ୍ଠି ଶିକ୍ଷାଧିକାରୀ ଶ୍ରୀ ବାରିକ ଉଦଘାଟନ କରିଥିଲେ ବୋଲି ପ୍ରଧାନ ଶିକ୍ଷକ ହରିହର ସାହୁ ଜଣାଇଛନ୍ତି ।

ରିପୋର୍ଟ : ଶୁଭମ କୁମାର ସାହୁ