
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଦୈନିକ ତୈଭାଷିକ ଖବର କାଗଜ ‘ବିଶ୍ୱବାଣୀ’ର ତ୍ରୟୋଦଶ ସ୍ୱନକ୍ଷତ୍ର ଉତ୍ସବ ଜୟଦେବ ଭବନଠାରେ ଗତ ୨୨ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଜଗତର ନାଥ । ତାଙ୍କ ପାଇଁ କୌଣସି କଟକଣା ଲଗାଇବା ସାମଥ୍ୟ ଜୁଟାଇବା କୌଣସି ଉତ୍ତମ ଶାସକର ଲକ୍ଷଣ ନୁହେଁ ବୋଲି ଦୈନିକ ଖବରକାଗଜ ‘ବିଶ୍ୱବାଣୀ’ର ତ୍ରୟୋଦଶ ସ୍ୱନକ୍ଷତ୍ର ଉତ୍ସବକୁ ଉଦଘାଟନ କରି କହିଥିଲେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ବରିଷ୍ଠ ସେବାୟତ ଗୌରୀଶଙ୍କର ସିଂହାରୀ । ‘ଉତ୍କଳମେଲ’ର ସଂପାଦକ ଡ. ପୀତବାସ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପଦ୍ମଶ୍ରୀ ରଘୁନାଥ ମହାପାତ୍ର ଯୋଗ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ, ରାଜନେତା ତଥା ଲେଖବ ଶଙ୍କରର୍ଷଣ ପରିଡା, ‘ଉତ୍କଳ ପ୍ରସଙ୍ଗ’ର ସଂପାଦକ ଲେଲିନ୍ ମହାନ୍ତି, ପୁରୀ ଜିଲ୍ଲା ମଙ୍ଗଳ ସମିତି ସଦସ୍ୟ ରମାଶଙ୍କର ପାତ୍ର, ବରିଷ୍ଠ ସାମ୍ବାଦିକ ଭାଗବତ ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ‘ବିଶ୍ୱବାଣୀ’ର ସଂପାଦକ ଅର୍ଜ୍ଜୁନ ମୁଦୁଲି ସ୍ୱାଗତ ଭାଷଣ ଦେବା ସହତି ଅତିଥି ପରିଚୟ ପ୍ରଦାନ କରିଥିଲେ । ‘ଗ୍ରାମାଞ୍ଚଳ ବିକାଶରେ କ୍ଷଦ୍ର ଓ ମଧ୍ୟମ ସମ୍ବାଦପତ୍ରର ଭୂମିକା’କୁ ନେଇ ଅତିଥିମାନେ ଦୀର୍ଘ ସମୟ ଧରି ଯେଉଁ ଆଲୋଚନା କରିଥିଲେ ସେଥିରେ ନିର୍ଯାସ ସ୍ୱରୂପ କ୍ଷୁଦ୍ର ଖବରକାଗଜ ସମାଜରେ ଗୁରୁତ୍ୱପୂଣ୍ଣ ଭୂମିକା ତୁଲାଇଥଲେ ବୋଲି ମତ ପ୍ରକାଶ ପାଇଥିଲା । ଏ ସମସ୍ତ ଖବର କାଗଜକୁ ସରକାର ପ୍ରୋତ୍ସାହନ ଦେବା ସହିତ ବିଜ୍ଞାପନ ଦେବା କ୍ଷେତ୍ରରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି କହିଥିଲେ ମୁଖ୍ୟଅତିଥି । ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ‘ବିଶ୍ୱବାଣୀ’ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ସାମ୍ମାଦିକ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଶେଷରେ ସରୋଜ ରଂଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଅର୍ଜୁନ ମୁଦୁଲି