

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସଦର ଥାନା ଅନ୍ତର୍ଗତ ବ୍ୟାଙ୍କ କଲୋନୀ ଭାବିନିପୁର ମୁଖ୍ୟ ରାସ୍ତାରେ ବୁଧବାରି ରାତି ସମୟରେ ଏକ ତେଜ ରାଶି ଦୋକାନ ଉପରକୁ ବୋମା ମାଡ଼ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ କିଛି ଦୁର୍ବୁତ୍ତ ବାଇକରେ ଆସି ବନ୍ଦ ଥିବା ତେଜ ରାଶି ଦୋକାନ ଉପରକୁ ୩ଟି ବୋମା ଫିଙ୍ଗି ଫେରାର ହୋଇ ଯାଇଛନ୍ତି । ୨ଟି ବୋମା ଫୁଟିଥିବା ବେଳେ ଆଉ ଗୋଟିଏ ରାସ୍ତାରେ ପଡିଥିଲା । ଖବର ପାଇ ବ୍ରହ୍ମପୁର ପୋଲିସର ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ବୋମା ମାଡର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ । ବ୍ରହ୍ମପୁର ପୋଲିସ ତଦନ୍ତ ଜାରି ରଖିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
