ଦୟାପଲ୍ଳୀରେ ଗୌରୀଆମ୍ମା ଯାତ୍ରା ଉଦଯାପିତ ଶତାଧିକ ଭକ୍ତଙ୍କ ଜନସମାଗମ….

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଦୟାପଲ୍ଲୀ ଗ୍ରାମର ବିଭିନ୍ନ ପର୍ବପର୍ବାଣୀ ମାଧ୍ୟମରେ ଓ ଗୌରୀ ଆମ୍ମା ନିଆରା ଓ ସ୍ୱତନ୍ତ୍ର ପର୍ବ ବିଶେଷ କରି ତେଲୁଗୁ ସମ୍ପ୍ରଦାୟର ଲୋକଙ୍କ ଏହି ପୂଜା କରିଥାନ୍ତି । ତେଲୁଗୁ ଭାଷାରେ ନନ୍ଦିଆନ୍ନା ଅର୍ଥ ଵୃଷବ ଓ ଗୌରୀ ଆମ୍ମା ଅର୍ଥ ଧାନଗଛ । ବିଶେଷ ଭାବରେ ନନ୍ଦୀ ଓ ଗୌରୀଙ୍କ ପୂଜା ଅର୍ଚ୍ଚନା କଲେ ମନସ୍କାମନା ପୂର୍ଣ୍ଣ ହେବା ସହ ବର୍ଷା ହୁଏ, ଭଲ ଫସଲ ଆଦାୟ ଓ ନିଃସନ୍ତାନ ପ୍ରାପ୍ତି ପାଇଁ ଏହି ପୂଜା ଦୟାପଲ୍ଲୀ ଗ୍ରାମରେ ପ୍ରସିଦ୍ଧ ଅଟେ । କୁମାର ପୂର୍ଣ୍ଣମା ଠାରୁ ଆରମ୍ଭ ହୋଇ ଗତକାଲି ପର୍ଯ୍ୟନ୍ତ ଧୁମଧାମରେ ଚାଲିଥିଲା । ଏହି ଯାତ୍ରାରେ ମହିଳା ଓ ପୁରୁଷମାନେ ନୂତନ ବସ୍ତ୍ର ପରିଧାନ କରି ନିଷ୍ଠାର ସହ ଏହି ପର୍ବକୁ ପାଳନ କରିଥାନ୍ତି । ଏଲମା ଓ ପଟାସାଲିଆ ସଂପ୍ରଦାୟର ଗଣପର୍ବ ନନ୍ଦି ଆନ୍ନା ଓ ଗୌରୀ ଆମ୍ମାଙ୍କୁ ମୁଣ୍ଡରେ ଧରି ବିଭିନ୍ନ ସାହି ପରିଭ୍ରମଣ କରି ଗୌରୀ ଆମ୍ମା ଯାତ୍ରା ଗତକାଲି ଅନ୍ତିମ ଦିବସରେ ପାହଞ୍ଚିଥିବା ଯୋଗୁଁ ଆଖପାଖ ଅଞ୍ଚଳର ଶହଶହ ଭକ୍ତଙ୍କ ପ୍ରବଳଭିଡ ହୋଇ ଗୌରୀ ଆମ୍ମାଙ୍କୁ ୧୦୮ ଆଳତୀ ଓ ଦର୍ଶନ ପାଇଁ ବହୁ ମହିଳା ଓ ପୁରୁଷ ଆସ୍ଥାୟୀ ମଣ୍ଡପଠାରେ ରୁଣ୍ଡ ହୋଇଥିଲେ । ଗତକାଲି ଦିନ ଚାରି ଟା ସମୟରେ ଗୌରୀ ଆମ୍ମାଙ୍କ ଘଟ ଅସ୍ଥାୟୀ ମଣ୍ଡପରୁ ବାହରୀ ବିଭିନ୍ନ ସାହି ପରିକ୍ରମା କରିବା ପରେ ବିସର୍ଜନ କରାଯାଇଥିଲା । ଏହି ଯାତ୍ରାକୁ ସ୍ଥାନୀୟ ସରପଞ୍ଚ ବି. ଆପେୟା, ଗ୍ରାମସଭାପତି କେ. ବାସୁଦେବ, ଯାତ୍ରା ପରିଚାଳନା କମିଟି ପି. କୃଷ୍ଣମୂର୍ତ୍ତୀ, କେ.ଲଡୁ, ବି. ମନ୍ତ୍ରୀ, ବି. ଶଙ୍କର, ସନିଆ ଡାକୁଆ, ଜାଗା ଆଚାରୀ, ଏସ. ବପେଶୁ, ବି. ସୁଦର୍ଶନ, କେ. କୁମାର ମୂର୍ତ୍ତୀ ନିର୍ମାତା କରିଥିବା ନରସିଂହ ମହାରଣା, ଇପିଲି ରାଜା, କେ. କୁସିଆ ଓ ଦୟାପଲ୍ଲୀ ଗ୍ରାମର ନୀଳମାଧବ ଯୁବ ପରିଷଦର ସମୟ ସଦସ୍ୟ ଓ ଗ୍ରାମ୍ୟ କମିଟି ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ  ।                                                                                                                       ରିପୋର୍ଟ : ନିମାଇଁ ଚରଣ ପଣ୍ଡା